ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଅଶାଳୀନ ବୟାନକୁ ନେଇ ମର୍ମାହତ ଆହେ ଦୟାମୟ ପ୍ରାର୍ଥନାର ରଚୟିତା ରାମକୃଷ୍ଣଙ୍କ ନନ୍ଦଙ୍କ ପରିବାର ତାଙ୍କ ବିରୋଧରେ ଆଇନର ଦ୍ବାରସ୍ଥ ହୋଇଛନ୍ତି । ଭାବାବେଗକୁ କୁଠାରାଘାତ କରିଥିବାରୁ ଏତଲା ଦେଇ ମୁନ୍ନାଙ୍କ ଗିରଫ ଦାବି କରିଛନ୍ତି । ଆଶା କରାଯଆଉଥିଲା ଏହି ସ୍ପର୍ଶକାତର ମାମଲାକୁ ଗୁରୁତ୍ବର ସହ ନେବ ମୁନ୍ନା ଖାଁଙ୍କ ଦଳ ବିଜେଡି। କିନ୍ତୁ ଆକ୍ସନ୍ ତ ଦୂରର କଥା ବିଡ଼ମ୍ବନା ମୁନ୍ନାଙ୍କ ବୟାନକୁ ଦଳ ପକ୍ଷରୁ ନିନ୍ଦା ବି କରାଗଲାନି। ଅନ୍ୟପଟେ ମୁନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିବାକୁ ଆସିଥିବା ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ରାମକୃଷ୍ଣ ସ୍ମୃତି ସଦସ୍ୟଙ୍କ ପାଇଁ ବନ୍ଦ ହୋଇଗଲା ନବୀନ ନିବାସ ଗେଟ୍ ।
ସେପଟେ ମୁନ୍ନା ଖାଁଙ୍କ ଏଭଳି ବୟାନକୁ ନେଇ ତାଙ୍କୁ ଓ ତାଙ୍କ ଦଳକୁ ଟାର୍ଗେଟ୍ କରିଛନ୍ତି ନିଆଳି ବିଧାୟକ ଛବି ମଲ୍ଲିକ। କହିଛନ୍ତି ପୂର୍ବରୁ ବି ସ୍ବାଧୀନତା ସଂଗ୍ରାମୀ, ସମାଜସେବୀମାନଙ୍କୁ ବାରମ୍ବାର ଅପମାନିତ କରିଛନ୍ତି ବିଜେଡିର ବିଧାୟକ ଓ ସାଂସଦ। ବିଜୁ ଜନତା ଦଳର ସାଂସଦ ଯଦି ଧନ ଜନ ଲୋଡ଼ା ନାହିଁକୁ ଏମିତି କଦର୍ଥ କରୁଛନ୍ତି, ତେବେ ଭଜନ ମାଗୁଛି ଶରଧା ବାଲିରୁ ହାତେ, ସନ୍ଥ କବି ଭୀମଭୋଇଙ୍କ ଉକ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉକୁ କଣ କହିବ ବିଜେଡି ?