ଅଧିକ ପଢନ୍ତୁ ଓଡ଼ିଶା ଖବର
ତେଣୁ ସେ ନିଆଁ ଲିଭାଇବା ପାଇଁ ଆଖୁ କିଆରୀ ଭିତରେ ପଶି ଯାଇଥିଲେ। ମାତ୍ର ସେ ଆଖୁ କିଆରୀ ଭିତରେ ଫସି ଯିବାରୁ ତାଙ୍କ ଚାରିପଟେ ନିଆଁ ବ୍ୟାପି ଯାଇଥିଲା। ଫଳରେ ସେ ଆଉ ବାହାରି ନପାରି ନିଆଁରେ ପୋଡି ହୋଇଯାଇଥିଲେ। ତୁରନ୍ତ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍କୀ ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସେପଟେ ବାଙ୍କୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଁଚି ନିଆଁକୁ ଆୟତ୍ତ କରିଛି।