ପରବର୍ତ୍ତୀ ସମୟରେ ସେହି ମେଡିସିନ ନକଲି ହୋଇଥିବା ପ୍ରଣାମ ମିଳିବା ପରେ ବରଗଡ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଅଶୋକ ମେଡିକାଲ ହଲ କମ୍ପାନୀର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରିଛି ବରଗଡ ପୋଲିସ l ତେବେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି l ଅନ୍ୟ ପଟେ ଡ୍ରଗ୍ସ ଅଧିକାରୀ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ସିଧାସଳଖ ମନା କରିଦେଇଥିବା ବେଳେ ବରଗଡ ଜିଲ୍ଲାରେ ବିଭିନ୍ନ ସଂସ୍ଥା ଏମିତି ନକଲି ମେଡିସିନ ବିକ୍ରି କରୁଥିବା ଜଣା ପଡୁଥିବା ଚର୍ଚ୍ଚା ହେଉଛି l
ଓଡିଶା ଖବର ଆହୁରି ପଢନ୍ତୁ