ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଅଶାଳୀନ ବ୍ୟବହାର ଯୋଗୁ କନେଷ୍ଟବଳଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ଥାନାରେ କାର୍ଯ୍ୟରତ ଥିବା ଅଜିତ ସିଂ କନେଷ୍ଟବଳଙ୍କ ନାମରେ ଅଭିଯୋଗ ହୋଇଛି। ଘଟଣାରୁ ଜଣା ପଡ଼ିଛି ଯେ ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗ୍ରାମର ସାଦିକ ଖାନ ଏହି ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ସାଦିକ ଥାନାରେ ଥିବା ଏକ ମାମଲାର ସମାଧାନ କରି ଫେରୁଥିବା ବେଳେ ଥାନା ଗେଟ ନିକଟରେ ଅଜିତ ସିଂ କନେଷ୍ଟବଳ କୌଣସି କାରଣ ନଥାଇ ସାଦିକକୁ ଡାକି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଏ ପରିକି ଯେ ତାଙ୍କୁ ହାଜତରେ ପୁରେଇବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ସାଦିକ କନେଷ୍ଟବଳଙ୍କ ବିରୁଦ୍ଧରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିl ଏହି କନେଷ୍ଟବଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନବା ସହିତ ତାଙ୍କ ପଦରୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି l
Download Argus News App
