ନିର୍ମାଣ ଶ୍ରମିକ ଯେଉଁମାନେ ଖରାରେ କାର୍ଯ୍ୟ କରିଥାନ୍ତି ସେମାନଙ୍କ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଯେଉଁ ଜଳଛତ୍ରର ବ୍ୟବସ୍ଥା କରାଯାଏ ତାହା ମଧ୍ୟ ସ୍ଥାପନା କରିବାକୁ ଅନୁମତି ପ୍ରଦାନ କରାଯିବ। ସେମାନେ କିପରି ମନୁଷ୍ୟ ଏବଂ ଜୀବଜନ୍ତୁଙ୍କୁ ପାଣି ଯୋଗାଇବେ ସେଥିପ୍ରତି ତାଙ୍କୁ ଧ୍ୟାନ ଦେବାକୁ କୁହାଯିବ। ଏହା ସହ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି। ଖରାଦିନେ ବିକୁଥିବା ଖାଦ୍ୟ ଗୁଡିକର ଗୁଣାବତା ପରଖିବା ନିମନ୍ତେ ଫୁଡ ଇନ୍ସପେକ୍ଟରଙ୍କୁ ମଧ୍ୟ କୁହାଯିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ କେଉଁ ସ୍ଥାନରେ କିପରି ଅଗ୍ନିକାଣ୍ଡ ନଘଟେ ସେଥିପ୍ରତି ଅଗ୍ନିସମ ବାହିନୀକୁ ଆଲର୍ଟ ରହିବାକୁ କୁହାଯାଇଛି।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ