ଚଳିତ ବର୍ଷ ଗଣ ଅଣ୍ଡାଦାନାରେ ସର୍ବକାଳୀନ ରେକର୍ଡ ହୋଇଥିଲା । କାରଣ ଗଣ ଅଣ୍ଡାଦାନ ପରେ କିଛି କିଛି ସ୍ଥାନରେ ସାଧାରଣ ଅଣ୍ଡାଦାନ ହୋଇଥିଲା। ଗଣ ଅଣ୍ଡାଦାନ ସମୟରେ ପ୍ରାୟ ୬ଲକ୍ଷ ୩୭ ହଜାର କଇଁଛ ଅଣ୍ଡାଦାନ କରିଥିବା ବେଳେ ସେଥିରୁ କିଛି ନଷ୍ଟ ହୋଇଥିଲେ ବି ଏବେ ଲକ୍ଷ ଲକ୍ଷ କୁନି କଇଁଛ ଶାବକ ସମୁଦ୍ରକୁ ମୁହାଁ ହେଉଛନ୍ତି । ସୁଦୂର ଶ୍ରୀଲଙ୍କାରୁ ବିରଳ ପ୍ରଜାତି କଇଁଛ ମାନେ ଆସିଥାନ୍ତି । ଗଭୀର ନୀଳ ସମୁଦ୍ର ଜଳରାଶିରେ କଇଁଛଙ୍କ ମିଳନ, ମିଳନ ପରେ ଗଣ ଅଣ୍ଡାଦାନ ଏବଂ ପରିଶେଷରେ ଅଣ୍ଡାରୁ ଫୁଟି କୁନି କୁନି କଇଁଛ ଶାବକ ମାନେ ସମୁଦ୍ରକୁ ଯିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ।
ଅଣ୍ଡାରୁ ଛୁଆ ଫୁଟିବା ଗତ ୧୫ ତାରିଖ ରୁ ଆରମ୍ଭ ହୋଇଛି ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି l ଅଣ୍ଡା ଦେବାର 45 ରୁ 50 ଦିନ ପରେ ମୂଖ୍ୟତଃ ସେହି ଅଣ୍ଡା ରୁ ଛୁଆ ବାହାରିଥାନ୍ତି l ଛୁଆ ଗୁଡିକ ସ୍ୱତପବୃତ୍ତ ହି ଭାବେ ବର୍ତମାନ ସମୁଦ୍ର ମୁହାଁୱ ହେଉଥିବା ଦେଖିବାକୁ ମିଳିଛି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ବେଳା ଭୂମିକୁ ଉଠି ସମୁଦ୍ର ଅଭିମୁଖେ ଯିବା ସହ ନୁଆଁ ଠିକଣା ପାଉଥିବା ଦେଖିବାକୁ ମିଳିଛି ଏହି ପ୍ରକ୍ରିୟା ରାତ୍ର ର ଥଣ୍ଡା ପରିବେଷରେ ଆରମ୍ଭ ହୋଇ ସକାଳ ସୁ୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l
ସେପଟେ ଏହି କୁନି ଅଲିଭ ରିଡ଼ଲେ କୁନି ଶାବକ କେମିତି ସୁରକ୍ଷିତ ଭାବେ ନିଜ ଘରକୁ ଯିବେ ସେ ନେଇ ସମସ୍ତେ ଲାଗି ପଡ଼ିଛନ୍ତି । ବ୍ରହ୍ମପୁର ଡ଼ିଏଫଓ ଶନି ଖେଖର ଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନ ବିଭାଗ କର୍ମଚାରୀ ଙ୍କ ଦ୍ୱାରା ସାମୁଦ୍ରିକ କଇଁଛ ଛୁଆଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ସେହିପରି କଇଁଛ ଶାବକ ମାନେ ସମୁଦ୍ରକୁ ଯିବା ସମୟରେ ବାଟବଣା ହେଉଥିବା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ିବା ନିମନ୍ତେ ସ୍ଥାନୀୟ ବାସୀନ୍ଦା, ସ୍ବେଚ୍ଛାସେବୀ ମାନେ ଏକାଠି ସଂଗ୍ରହ କରି ସମୁଦ୍ର ଭିତରେ ଛାଡୁଥିବା ଦେଖିବାକୁ ମିଳିଛି ତେବେ ଏହି କଇଁଛ ଶାବକଙ୍କୁ ଦେଖିବା ନିମନ୍ତେ ଋଷିକୂଲ୍ୟା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।
ଚଳିତ ବର୍ଷ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଆସନ୍ତା ବର୍ଷରେ କିଭଳି ଆହୁରି ଅଧିକ ସଂଖ୍ୟକ ଗଣ ଅଣ୍ଡାଦାନ ହେବ ସେ ନେଇ ବନବିଭାଗ, କଇଁଛ ସୁରକ୍ଷା ସମିତି, ସ୍ଥାନୀୟ ବାସିନ୍ଦା, ମତ୍ସ୍ୟଜୀବୀ ଓ ସ୍ବେଚ୍ଛାସେବୀ ମାନେ ଏବେଠାରୁ ହିଁ କଇଁଛଙ୍କ ସୁରକ୍ଷାକୁ ନେଇ ସଚେତନ କାର୍ଯ୍ୟକୁ ଆହୁରି ବୃଦ୍ଧି କରିସାରିଲେଣି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର