ତେବେ ଟ୍ରାକ୍ଟର ଡ୍ରାଇଭର ନିଜ ଗାଡିର ଭାରସାମ୍ୟ ହରାଇ ଛାତ୍ରୀକୁ ଧକ୍କା ଦେଇଥିଲେ l ତେବେ ଛାତ୍ରୀ ଜଣଙ୍କ ଗୁରୁତର ହେଇଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି l
ଟ୍ରାକ୍ଟର ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର କୋପଣ୍ଡ ଛକରେ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ନଟପଡା ଗାଁର ଛାତ୍ରୀ ଆକାଂକ୍ଷା ଘଡେଇ ମୁଣ୍ଡମାଳ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲକୁ ସାଇକେଲରେ ଆସୁଥିଲେ l କୋପଣ୍ଡ ଛକରେ ଅପରପକ୍ଷରୁ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ଛାତ୍ରୀଙ୍କ ସାଇକେଲକୁ ଧକ୍କା ଦେଇଥିଲା।
Download Argus News App
