ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଓଡିଶାର 45ତମ ରାଜ୍ୟ ଅଧିବେଶନ
ସମ୍ୱଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ସିରିଜ ଦୁର୍ଘଟଣା । ରେଙ୍ଗାଲବେଡାଠାରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ସିହିରିଆ ଗାଁର ଶୁଶିଲ ମୁଣ୍ଡା । ଆହତ ଗମ୍ଭାରୀମୁଣ୍ଡା ଗାଁର ଚନ୍ଦନ ନାଏକଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସେପଟେ ସାଉଁତି ମାଲଠାରେ ବାଇକରେ ଦୁଇ ଜଣ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ବିରଜା ମିଞ୍ଜ ଓ ସନ୍ଦୀପ ମିଞ୍ଜ ନାମକ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଅନ୍ୟପଟେ ପୁରୁଣାପାଣିରୁ କୁଟୁରାଚୁଆଁ ରାସ୍ତାରେ ଧାନ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଗୁରୁତର ହୋଇଛି।