ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ଆହତ
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ୧୬ ନଂ ଜାତୀୟ ରାଜପଥ ତଳନଗର ଠାରେ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ଥ । ତୀର୍ଥଯାତ୍ରୀ ଗାଡ଼ିଟି ଛିଡ଼ା ହୋଇଥିବା ଏକ ଟ୍ରକର ପଛପଟେ ଧକ୍କା ଦେଇଥିଲା ।
ଗାଡିରେ ଥିବା ୯ଜଣ ଯାତ୍ରୀ ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୁଚନା ମୁତାବକ ଗୁଜୁରାଟର ଆରବାଲି ଜିଲ୍ଲାରୁ ୯ଜଣ ଯାତ୍ରୀ ଗୋଟିଏ କମାଣ୍ଡରରେ ପୁରୀ ଯାଉଥିବା ବେଳେ ସୋର ତଳନଗର ଠାରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସୋର ପୋଲିସ ପହଁଚି ଆହତ ଓ ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
Download Argus News App
