ସମ୍ବିଧାନ ଓ ଶିକ୍ଷା ଶୀର୍ଷକ ସେମିନାର ପାଇଁ ଇନଷ୍ଟିଚ୍ୟୁଟ ଅଫ୍ ହ୍ୟୁମାନ ରାଇଟ୍ସ ଏଜୁକେସନ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଆଯାଇଥିଲା ଅନୁମତି । ଇନଷ୍ଟିଚ୍ୟୁଟ ଅଫ୍ ହ୍ୟୁମାନ ରାଇଟ୍ସ ଏଜୁକେସନକୁ ଅନୁମତି ପ୍ରଦାନ କରାଯାଇଥିଲା । କିନ୍ତୁ ଗତକାଲି ସେଠାରେ ସେମିନାରର ଆୟୋଜନ କରୁଥିଲା ସିଟିଜେନ୍ସ ଫୋରମ୍ । ମାନେ ସେମିନାର ଆୟୋଜନ ପାଇଁ ଗୋଟିଏ ସଂସ୍ଥାକୁ ପରମିସନ ମିଳିଥିବା ବେଲେ ସେଠାରେ ଦେଶ ବିରୋଧୀ ମେଳି କରୁଥିଲା ସିଟିଜେନ୍ସ ଫୋରମ୍ । ତେବେ କିଏ ଏହି ସିଟିଜେନ୍ସ ଫୋରମ୍ ? କାହିଁକି ସେ ଉତ୍କଳ ବିଶ୍ବବିଦ୍ୟାଳୟ ମଧ୍ୟରେ ଏଭଳି ବିଷମଞ୍ଜି ବୁଣିବାର ଏଜେଣ୍ଡା ରଚିଥିଲା ? କିଏ ଏହା ପଛର ଅସଲ କାର୍ପଟଦାର ? ବିନା ଅନୁମତିରେ ସେ ୟୁନିଭରସିଟି ମଧ୍ୟରେ ସେମିନାର କରିବା ପାଇଁ ଦୁଃସାହସ କଲେ କେମିତି ? କିଏ ଏହାର ମୁଖିଆ ?
ଏପଟେ ଏହି ଭିଡିଓ ଉପରେ ମଧ୍ୟ ନଜର ପକାନ୍ତୁ । ପ୍ରଥମେ ଦେଶ ବିରୋଧୀ କାର୍ଯ୍ୟକଳାପର ଖୁଲାସା ହେବା ପରେ କିଛି ଛାତ୍ରନେତା ଏହାକୁ ବିରୋଧ କରିବାକୁ ପହଞ୍ଚିଥିଲେ । କିନ୍ତୁ ଗଣତାନ୍ତ୍ରିକ ଉପାୟରେ ପ୍ରଶ୍ନ ପଚାରୁଥିବା ବେଳେ ସେମାନଙ୍କ ଉପରକୁ ହୋଇଥିଲା ଆକ୍ରମଣ । ଭିଡିଓରେ ପ୍ରଶ୍ନ ପଚାରୁଥିବା ଛାତ୍ରନେତାଙ୍କୁ କେମିତି ମାଡ଼ ମରାଯାଉଛି ତା’ର ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳୁଛି । ତେଣୁ ପ୍ରଥମେ ସେମାନଙ୍କୁ ମାଡ଼ ମାରି ଏବେ ତାଙ୍କ ନାଁରେ ଦଫା ୩୦୭ ପରି ସଙ୍ଗୀନ ଦଫା ଲଗାଇ ନିଜ ବାହାଦୂରୀପଣିଆର ପ୍ରମାଣ ଥୋଇଛି କମିଶନରେଟ୍ ପୋଲିସ ।
ତେବେ ଏଥିପାଇଁ ଆସିଥିଲା କି ଉପରୁ ଅର୍ଡର ? ଦେଶ ବିରୋଧୀ ଏଜେଣ୍ଡା ଚଳାଇବା ସହ ବିରୋଧ କଲେ ମୁହଁ ଚୁପ୍ କରିଦେବା ପାଇଁ କି ଏହା ସୁଚିନ୍ତିତ ଷଡ଼ଯନ୍ତ୍ର କି ? କମିଶନରେଟ୍ ପୋଲିସକୁ ହୋଇଛି କି ଅଦୃଶ୍ୟ ଇଙ୍ଗିତ ? ଖାଲି ସେତିକି ନୁହେଁ, ବିରୋଧ କରିଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ । ତେବେ ଆଇନ ନୁହେଁ, ରାଜନୀତିର ବଶବର୍ତ୍ତୀ ହୋଇ ପୋଲିସ ଏଭଳି କାଣ୍ଡ ରଚିଥିବା ଅଭିଯୋଗ ହୋଇଛି ।ଦେଶ ବିରୋଧୀ ତତ୍ତ୍ବଙ୍କ ପଛରେ ବଡ଼ ଷଡ଼ଯନ୍ତ୍ର ।
ଶାସକ ଦଳର ରାଜନୈତିକ ହାତବାରିସି ହୋଇଛି କମିଶନରେଟ୍ ପୋଲିସ । ଜେଲରେ ଛାତ୍ରନେତାଙ୍କୁ ଥାର୍ଡ ଡିଗ୍ରୀ ଦେବା ସହ ୩୦୭ ଭଳି ସଙ୍ଗୀନ ଦଫା ଲଗାଇଛି । ତେବେ ଏହା ବିରୋଧରେ ଦୁର୍ବାର ପ୍ରତିବାଦ ହେବ ବୋଲି ସଫାସଫା ଶୁଣାଇଛି ଏବିଭିପି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ