ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେପି ସମାବେଶରେ ପୁରନ୍ଦେଶ୍ବରୀଙ୍କ ଅଭିଭାଷଣ...
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ଅନ୍ତର୍ଗତ ଗଜଗିରିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଘର ସହ ଏକ ଦୋକାନ ଘର l ବାଲିଗାଁ ଗଜଗିରି ଗାଁର ରାଧାମୋହନ ସାହୁଙ୍କ 2 ବଖରା ଘର ନିଆଁ ଲାଗିଥିବା ସୂଚନା ମିଳିଛି l
ସୂଚନା ପାଇ ଚାନ୍ଦବାଲି ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ, ନିଆଁ ଲିଭାଇବା ବେଳକୁ ଘରର ସମସ୍ତ ଆସବା ପତ୍ର ଓ ଧନ ସମ୍ପତି ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ l