ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଉଦ୍ୟାନଟି ଭାଙ୍ଗିରୁଜି ଯାଇଥିଲା। କିନ୍ତୁ ବିଜ୍ଞାପିତ କର୍ଯ୍ୟାଳୟ ତରଫରୁ ପାର୍କରେ ୨ ଜଣ ଜଗୁଆଳିଙ୍କୁ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏବେ ପୁନରୁଦ୍ଧାର ପ୍ରାୟ ୧ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ। ଏହି ଟଙ୍କା ପାର୍କ ନିର୍ମାଣରେ ଖର୍ଚ୍ଚ ନହୋଇ ରାଜା ସ୍ଵାଇଁ ନିର୍ବାଚନରେ ଖର୍ଚ୍ଚ କରିବେ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି।
ଅଧିକ ପଢନ୍ତୁ: ଉଦଘାଟନ ପରେ ଇଏ ହେଉଛି ବୈଦ୍ଧ ନୌକା ବିହାର ପାର୍କର ଅବସ୍ଥା
ଆଠଗଡ଼ରେ ରାଜା ସ୍ଵାଇଁ ଦୀର୍ଘ ୩ ଦଶନ୍ଧି ଧରି ବିଧାୟକ ରହିଥିଲେ ମଧ୍ୟ ପିଲାଙ୍କ ପାଇଁ ପାର୍କଟିଏ ନିର୍ମାଣ କରିପାରିନାହାନ୍ତି । ଅନ୍ୟପଟେ ପାର୍କ ପୁନରୁଦ୍ଧାର ହେଲେ ଆଠଗଡ଼ ବାସୀ ଉପକୃତ ହେବେ ଓ ପିଲାମାନେ ଖେଳକୁଦକୁ ଉପଭୋଗ କରିପାରିବେ ବୋଲି କହିଛନ୍ତି ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା।
ଅଧିକ ପଢନ୍ତୁ ଓଡିଶା ଖବର