ସମାଜ ଆଡ ଆଖିରେ ଦେଖୁଥିବା ଜଣେ ଭିନ୍ନକ୍ଷମ ଜୟନ୍ତୀ ବେହେରାଙ୍କ ହାତ ଧରିଛନ୍ତି ଜୟନ୍ତ। ଜୟନ୍ତୀ ଛୋଟ ବେଳରୁ ଭିନ୍ନକ୍ଷମ ଅଟନ୍ତି। ବିଭିନ୍ନ ସ୍ଥାନରୁ ଜୟନ୍ତୀଙ୍କ ବିବାହ ପାଇଁ ପ୍ରସ୍ତାବ ଆସୁଥିଲେ ମଧ୍ୟ ଝିଅ ଭିନ୍ନକ୍ଷମ ଥିବା ଜାଣି ସମସ୍ତେ ପ୍ରତ୍ୟାଖ୍ୟାନ କରିଚାଲୁଥିଲେ। ଯାହା ଜୟନ୍ତ ଜାଣିବାକୁ ପାଇଥିଲେ। ପରେ ସେ ଜୟନ୍ତୀଙ୍କ ସାହାରା ହେବାପାଇଁ ଆଗେଇ ଆସିଥିଲେ। ଦର୍ଶକ ବନ୍ଧୁ ଆଜି ବର ସାଜିଥିବା ଏହି ବ୍ୟକ୍ତିଙ୍କୁ ଆପଣ ଜାଣନ୍ତି କି।
ଆପଣଙ୍କର ମନେଥିବ ଗତ ୨୦୧୮ ମସିହାରେ ଢ଼େଙ୍କାନାଳ ବଳରାମପୁର ବିଅର ଫ୍ୟାକ୍ଟ୍ରିକୁ ନେଇ ଉପୁଜିଥିବା ବିବାଦର କଥା।ହଁ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଆଗରେ ହାର ମାନିଥିଲେ ରାଜ୍ୟ ସରକାର,ଆଉ ପ୍ରତ୍ୟାହୃତ ହୋଇଥିଲା ବିଅର ଫ୍ୟାକ୍ଟ୍ରି ନିର୍ମାଣ। ଇଏ ସେହି ଜୟନ୍ତ।ଜୟନ୍ତ ନିଷ୍ପତି ନେଇଥିଲେ ବିବାହ କରିବେ ନାହିଁ ବୋଲି,ମାତ୍ର ଭିନ୍ନକ୍ଷମ ଝିଅଟିର ଇମୋସ୍ନନ ଆଗରେ ବାଧ୍ୟ ହୋଇ ନିଜ ନିଷ୍ପତି ବଦଳାଇ ବାନ୍ଧି ହେଲେ ବିବାହ ବନ୍ଧନରେ।
ଜୟନ୍ତ ଜଣେ ସମାଜ ସେବୀ ହୋଇଥିବା ବେଳେ ସେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ଯେ ପର୍ଯ୍ୟନ୍ତ ଓଡ଼ିଶାରୁ ମଦ ନହଟିବ ସେ ପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ ବୋଲି ମଧ୍ୟ ସଂକଳ୍ପ କରିଛନ୍ତି। ଆଜି ଆଉ ଏକ ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର