ଆଜି ପ୍ରଧାନଶିକ୍ଷକ ପଦ ଓ ଶିକ୍ଷକତାରୁ ଅବସର ନେଉଛନ୍ତି। ଜୀବନର ସବୁଠୁ ଅଧିକ ସମୟ ସେ ଏହି ବିଦ୍ୟାଳରେ ବିତାଇଛନ୍ତି। ସ୍କୁଲର ପ୍ରତ୍ୟକ ଇଟା ବାଲି ମାଟି ସହ ତାଙ୍କର ଆନ୍ତରିକତା ଜୁଡି ହୋଇଯାଇଛି। ତେଣୁ ଆଜି ସ୍କୁଲ ସହ ନିବିଡ଼ ସମ୍ପର୍କ କହୁକହୁ କୁନିପିଲା ପରି କାନ୍ଦୁଛନ୍ତି। ସ୍କୁଲର ସବୁ ଅଧ୍ୟୟନରତ ଛାତ୍ରଛାତ୍ରୀ ବି ଆଖିରେ ଲୁହ।ବାପାମା ଙ୍କ ଭଳି ଭଲପାଇବା ଦେଉଥୁଲେ ସାର।କେବଳ ଛାତ୍ରଛାତ୍ରୀ କାହିଁକି ସ୍କୁଲର ପିଅନ ବି କହୁକହୁ ଛାତିର କୋହକୁ ଅଟକି ପାରୁନାହାନ୍ତି। କାହିଁକି ବା ମନଦୁଃଖ ନକରିବେ। ଜଣେ ପ୍ରଧାନ ଶିକ୍ଷକ ହୋଇବି ସଭା ଆଗରେ ଆସି ସ୍କୁଲ ଗେଟ ଖିଲିବା ସହ ଅଫିସ ଖୁଲି ଅଧେ ତାଙ୍କ କାମ କରିଦିଅନ୍ତୁ। ପ୍ରଧାନ ଶିକ୍ଷକ ବୋଲି ମନରେ ଟିକେବି ଗର୍ବ ରଖନ୍ତି ନାହିଁ। ସାରଙ୍କୁ ଗାଡିକରି ନେବାସହ ସଭିଏଁ ଏକ ଲମ୍ବା ବାଇକ ରାଲି ଜରିଆରେ ଘରଯାଏ ଛାଡିବାକୁ ଯିବେ ବୋଲି। କାରଣ ସାର ପରା ପାଠ ପଢିଲା ବେଳେ ବାପା ମାଙ୍କ ଭଳି ସ୍ନେହ କରୁଥୁଲେ। ଡ୍ରେଶରେ ଧୂଳି ଲାଗିଥିଲେ ଝାଡିବି ଦେଉଥିଲେ। ତାଙ୍କୁ ଏ ଦୁଃଖର ମୁହୂର୍ତ୍ତରେ ଏକା କିଭଳି ଛାଡିବେ ପୁରାତନ ଛାତ୍ରଛାତ୍ରୀ ମାନେ। ଆଜିର ସମାଜ ପାଇଁ ଏହି ଘଟଣା ନିଶ୍ଚୟ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବ।

ଅର୍ଗସ ବ୍ୟୁରୋ : ଯେଉଁ ସ୍କୁଲରେ ପାଠ ପଢୁଥିଲେ ସମୟ କ୍ରମେ ସେହି ସ୍କୁଲରେ ଦୀର୍ଘବର୍ଷ ଶିକ୍ଷାଦାନ ବି କଲେ। ଆଉ ଏହାରି ଭିତରେ ଏବେ ଅବସର ସମୟରେ ସଭିଙ୍କୁ କନ୍ଦାଇ ଯାଉଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ। ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ସାନପାଟପୁର ଗ୍ରାମର ସାନପାଟପୁର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ। ପିଲାଙ୍କ ହସ ଖୁସିରେ ଫାଟି ପଡୁଥିବା ଏ ସ୍କୁଲ ଆଜି ଶୂନ୍ୟତା ଖେଳିଯାଇଛି। ସଭିଙ୍କ ମୁହଁର ହସ ହଜିଯାଇ ଲୁହର ଲହଡି ଉଙ୍କି ମାରୁଛି। ଏ ସ୍କୁଲକୁ ଯିଏ ନିଜ ଜୀବନର ସବୁ ସମୟ ଦେଇ ଏକ ନୂଆ ପରିଚୟ ଦେଇଥିଲେ ସେ ମଣିଷ ତିଆରି କାରଖାନାର ମୁଖ୍ୟ କାରିଗର ଆଜି ପରା ଅବସର ନେଉଛନ୍ତି। ସେ ହେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସାଯେକି ଦିନେ ଏଇ ସ୍କୁଲରେ ପୁରାତନ ଛାତ୍ର ଥିଲେ। ଏଇଠି ପାଠପଢି ବଡ଼ ଚାକିରୀ କରିବାର ସ୍ୱପ୍ନ ବି ଦେଖୁଥୁଲେ। ପରେ ସମୟକ୍ରମେ ଏହିଠି ଶିକ୍ଷକତା ଚାକିରୀ କରି ଏହି ସ୍କୁଲରେ ବି ଦୀର୍ଘବର୍ଷ ଧରି ଶିକ୍ଷାଦାନ କରୁଥୁଲେ।
