ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଆଜି ହାଇଦ୍ରାବାଦରୁ ଆସୁଛି ଶ୍ରମିକ ସ୍ପେଶାଲ୍ ଟ୍ରେନ୍
ଅର୍ଗସ ବ୍ୟୁରୋ : ଓଡ଼ିଶାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ଆଜି ହାଇଦ୍ରାବାଦରୁ ଆସୁଛି ଶ୍ରମିକ ସ୍ପେଶାଲ୍ ଟ୍ରେନ୍। ଏହି ଟ୍ରେନରେ ଫେରୁଥିବା 800 ଶ୍ରମିକଙ୍କ ପାଇଁ କଟକ ନିର୍ଗୁଣ୍ଡି ଷ୍ଟେସନରେ ବ୍ୟବସ୍ଥା କରାଯାଇଛି। ଲକଡାଉନରେ ଫସିଥିବା ଶ୍ରମିକ ଟ୍ରେନରେ ପର୍ଯ୍ୟାୟକ୍ରମେ ଫେରୁଛନ୍ତି।
ତେବେ ଆଜି ୭ଟି ଟ୍ରେନ୍ ଓଡ଼ିଶାରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ଆଉ ୫ଟି ଟ୍ରେନ୍ ଲାଗିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଆଜି ବାଲେଶ୍ବରରେ ସର୍ବାଧିକ ୫ଟି ଟ୍ରେନ୍ ଲାଗିଥିଲା। ସୁରତ, ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁରୁ ଏହି ଟ୍ରେନ୍ ସବୁ ଆସିଛି। ଏହି ସବୁ ଟ୍ରେନରେ ପ୍ରାୟତଃ ୮ ହଜାର ପ୍ରବାସୀ ଓଡ଼ିଆ ପହଞ୍ଚିଥିବା ସୂଚନା ମିଳିଛି। ୧୩ ତାରିଖ ସୁଦ୍ଧା ଓଡ଼ିଶାକୁ ୩୭ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଆସିଛି।
Download Argus News App
