ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନାଆଁମୀ ପଞ୍ଚାୟତ ଅନ୍ତର୍ଗତ ଭୁଆଳ ଗଡିଆ ଗ୍ରାମର ଇଞ୍ଜିନିୟରିଂ ମାନସ କୁମାର ଜେନା, ଇଞ୍ଜିନିୟରିଂ ପାଠପଢ଼ା ପରେ ଇଲେକ୍ଟ୍ରୋନିକ୍ସ ଭାବେ କେନ୍ଦୁଝର ଜିଲ୍ଲାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଚାକିରୀରେ ନଜର ସ୍ଵାଧୀନତା ପାଇ ନଥିଲେ କହିଛନ୍ତି ଇଞ୍ଜିନିୟରିଂ ମାନସ। ଫଳରେ ନିଜ ଜନ୍ମସ୍ଥାନ ଥିବା ନିଜର ଭିଟାମାଟି ତଥା ନିଜ ଜମିରେ ଆରମ୍ଭ କରିଛନ୍ତି କଦଳୀ, ମାଛ, ବାଇଗଣ ଚାଷ।ମାନସ ଦେଢ଼ ଏକର ଜମି ରେ ପୋଖରୀ ଖୋଳି ମାଛ ଚାଷ କରିଥିବା ବେଳେ, ଦୁଇ ଏକର ଜମିରେ କଦଳୀ ଚାଷ ସହ , ଗୋଟିଏ ଏକର ଜମିରେ ବାଇଗଣ ଚାଷ କରିଛନ୍ତି।
ଜାଗା ରଖା ପାଇଁ ଚାଷ ଜମି ଦୁଇଟି ଘର ନିର୍ମାଣ କରିଛନ୍ତି, ଚାଷ ଜମିକୁ ଜଳ ସଚେନ ପାଇଁ ଏକ ବୈଦୁତିକ ମଟର ସହ ବୁନ୍ଦା ଜଳସେଚନ ବ୍ୟବସ୍ଥା ମଧ୍ୟ କରିଛନ୍ତି ମାନସ। ଆଉ ଏହା ସହ ପଡୋଶୀ କେନ୍ଦୁଝର ଜିଲ୍ଲାରୁ ତିନି ଜଣ ବ୍ୟକ୍ତି କୁ କାମ ଦେବା ସହ ମାସିକ ଦରମା ମଧ୍ୟ ଦେଇଛନ୍ତି ମାନସ।ଇଞ୍ଜିନିୟରିଂ କ୍ରମ କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଚାକିରୀ ଛାଡ଼ି ମାନସ ଚାଷ କରି ନିଜର ମାନସିକତା ଓ ସ୍ଵାଧୀନତା ପାଇ ଥିବା କହିଛନ୍ତି ମାନସ। ଆଗାମୀ ଦିନରେ ଏହି ସବୁ ଚାଷ ଲାଭ ଦେବ ବୋଲି ମାନସ ଲକ୍ଷ ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: