ଶିମିଳିପାଳ ଜଙ୍ଗଲ ପାଦ ଦେଶରେ ଘର ହୋଇଥିବାବେଳେ ଆଦିବାସୀ ଯୁବକ ଭାବେ ସେ ବେଶ ପରିଶ୍ରମୀ । କଲେଜର ଜଣେ ମେଧାବୀ ଛାତ୍ର । ହେଲେ ଉଚ୍ଚଶିକ୍ଷା କରିବାକୁ ପାଖରେ ଅର୍ଥର ଅଭାବ । ବାପା ମୁରଲି ଦଳେଇ ଜଣେ ଦିନ ମଜୁରିଆ । ଦିନେ ଖାଇଲେ ଦିନେ ଉପାସ ରହିବା ଭଳି ପରିସ୍ଥିତି । ଏପରି ସ୍ଥିତିରେ ବି ହାରି ଯାଇନାହାନ୍ତି । କଲେଜରେ ସାଙ୍ଗମାନଙ୍କ ଚୁଟିକାଟି ସେଥିରୁ ଯାହାମିଳେ ସେଥିରେ ସେ ନିଜର ପଢାବହି କିଣନ୍ତି ।
ଅଧିକ ପଢନ୍ତୁ: ଶ୍ରବଣ କୁମାର ସାଜି ସଂସାର ଗାଡି ଚଳାଉଛି ଦିବ୍ୟାଙ୍ଗ ପୁଅ
ରୂପକ ଶ୍ରେଣୀରେ ସବୁ କ୍ଷେତ୍ରରେ ଦକ୍ଷତା ସମ୍ପର୍ଣ୍ଣ ଛାତ୍ର ଭାବେ ବେଶ ଜଣାଶୁଣା । ପାଠରେ ଯେମିତି ଧୁରନ୍ଧର ,ଅନ୍ୟ କ୍ଷେତ୍ରରେ ମଧ୍ୟ ସେତିକି ଧୁରନ୍ଧର । ତା ସାଙ୍ଗରେ ପଢୁଥିବା ସହପାଠୀ ମାନେ ରୂପକ ଙ୍କୁ ନେଇ ଗର୍ବ କରନ୍ତି, ସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ସେ ବେଶ ଆଗକୁ ଯାଇ ପାରିବ ବୋଲି କୁହନ୍ତି।
ଶିକ୍ଷା ନ୍ୟୁଜ ଆହୁରି ପଢନ୍ତୁ
କଲେଜ ପ୍ରିନ୍ସପାଲ ଓ ଅଧ୍ୟାପକ ମାନେ ମଧ୍ୟ ଅନେକ ସମୟରେ ରୂପକକୁ ଅନେକ ସାହାଯ୍ୟ କରନ୍ତି। ଆର୍ଥୀକ ଅଭାବକୁ ଦେଖି କଲେଜ ହଷ୍ଟେଲ ରହିବା ବ୍ୟବସ୍ଥା କରିଛନ୍ତି, ସରକାରୀ ସ୍ତରରେ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଯଦି କୌଣସି ସାହାଯ୍ୟ ମିଳେ ତାହାଲେ ମେଧାବୀ ଛାତ୍ର ଜଣକ ପାଠ ପଢି ବଡ ମଣିଷ ହୋଇପାରିବ ବୋଲି କହିଛନ୍ତି ଫକୀର ମୋହନ ଜୁନିୟର କଲେଜର ଅଧ୍ୟାପକ ସନ୍ତୋଷ ରାଉତ।
ତେବେ ଆର୍ଥିକ ଅଭାବରେ ଥିବା ଏହି ମେଧାବୀ ଛାତ୍ରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନେ ଅନୁରୋଧ କରିଛନ୍ତି ।
ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ