ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ କମ୍ପ୍ୟୁଟରରେ ସତ୍ୟବ୍ରତ ସାହୁ ସ୍ଥାନରେ ସତ୍ୟଭାମା ସାହୁ ଉଲ୍ଲେଖ ହୋଇଥିଲା। ତଦନୁଯାୟୀ ମେଧାବୀ ଛାତ୍ର ଜଣକ ସତ୍ୟଭାମା ନାମରେ ଆଡ଼ମିଟ୍ କାର୍ଡ ପ୍ରାପ୍ତ ହୋଇଥିଲେ । ସେ ଏହାକୁ ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ତତ୍କାଳୀନ ବିଇଓ ଦୀପକ କୁମାର ପାଢୀ ଆଡ଼ମିଟ କାର୍ଡରେ ପରୀକ୍ଷା ଦେବା ପାଇଁ ସତ୍ୟବ୍ରତ ସାହୁ ବୋଲି ଚିହ୍ନଟ ସ୍ୱାକ୍ଷର ଦେଇଥିଲେ । ହେଲେ ଅନଲାଇନରେ କିନ୍ତୁ ସତ୍ୟଭାମା ହୋଇ ରହିଯାଇଥିଲା । ଯାହାକୁ ନେଇ ସେ ଛାତ୍ରବୃତ୍ତିରୁ ବଞ୍ଚିତ ହୋଇଛନ୍ତି ।
ସତ୍ୟବ୍ରତ ବଦଳରେ ସତ୍ୟଭାମା ସାହୁ ଲେଖିଦେଲେ, ମେଧାବୃତ୍ତିରୁ ବଞ୍ଚିତ ଜିଲ୍ଲା ଟପ୍ପର

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁଁ ପଠାଣି ସାମନ୍ତ ମେଧାବୃତ୍ତି ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହୋଇଛନ୍ତି ଜଣେ ଟପ୍ପର ଛାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରଣଜିତ ପଞ୍ଚାୟତ ମାଳିପଦୀ ଗ୍ରାମର ବନମାଳୀ ସାହୁଙ୍କ ପୁଅ ସତ୍ୟବ୍ରତ ଗତ ୨୦୨୦-୨୧ ଶିକ୍ଷା ବର୍ଷରେ ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ଦେଇଥିଲେ । ସ୍ଥାନୀୟ ବଳଦେବଜୀଉ ସରକାରୀ ବିଦ୍ୟାଳୟ ଠାରେ ସତ୍ୟବ୍ରତ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ମେଧାବୃତ୍ତି ପରୀକ୍ଷା ପାଇଁ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଅନଲାଇନ ଫର୍ମ ପୂରଣ କରିଥିଲେ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
