ଅଧିକ ପଢନ୍ତୁ : ଭୁବନେଶ୍ୱର ଡୁମଡୁମାରେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ସମୀର ଦାଶ
ରାଜ୍ୟରେ ମୋଟ ୩୨୧୮ଟିରେ କେନ୍ଦ୍ରରେ ପରୀକ୍ଷା ଚାଲିଛି। ଏଥିପାଇଁ 316ଟି ନୋଡାଲ ସେଣ୍ଟର ରହିଥିବା ବେଳେ ମାଓ ଅଧ୍ୟୁଷିତ ଅଞ୍ଚଳରେ 22 ଟି ଥାନା ରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପେନ, ଆର୍ଡମିଟ କାର୍ଡ ଓ ଜୋମେଟ୍ରି ବକ୍ସ ନେବାକୁ ଅନୁମତି ଥିବା ବେଳେ ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବାରଣ କରାଯାଇଛି। 20ମାର୍ଚ୍ଚ ଯାଏ ପରୀକ୍ଷା ଅନୁଷ୍ଠିତ ହେବ।