କରୋନା ଅପଡେଟ...
ଗଞ୍ଜାମ : ଗଞ୍ଜାମ ପୋଲସରା ବ୍ଳକ କଣଛାଇ ପାହାଡରେ ଅଘଟଣ । ଟ୍ରାକ୍ଟର ଯୋଗେ ପଥର ଆଣୁଥିବା ବେଳେ ପାହାଡ଼ ଉପରୁ ଟ୍ରାକଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାସହ ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଛନ୍ତି । ମୃତ ବ୍ୟକ୍ତି ହେଲେ କଣଛାଇ ଗ୍ରାମର କାଳିଆ ଗଉଡ । ଗୁରୁତର ଅବସ୍ଥାରେ ଥିବା ଢୁଙ୍କାପଡ଼ା ଗ୍ରାମର ଡ୍ରାଇଭର କାର୍ତିକ ନାହକଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣା ସ୍ଥଳରେ ପୋଲିସ ପଂହଁଚି ତଦନ୍ତ କରି ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି। ବୁଗୁଡା,ପୋଲସରା ଅଞ୍ଚଳରେ ବିଭିନ୍ନ ପାହାଡରୁ ପଥର ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।