ଫଳରେ ଟ୍ରକ ସହ ସେଥିରେ ଥିବା ଟ୍ରକ ଡ୍ରାଇଭର ଜଣକ ଜୀବନ୍ତ ଜଳି ଯାଇଥିଲେ। ତେବ ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ ପ୍ରକ୍ରିୟା ଜାରି ରଖିଥିଲେ। ଟ୍ରକ୍ରୁ ଜୀବନ୍ତ ଦଗ୍ଧ ହୋଇଥିବା ମୃତ ଚାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ। ସେପଟେ ମୃତ ଚାଳକଙ୍କ ପରିଚୟ ଏଯାଏ ମିଳିପାରିନାହିଁ ।
ରାସ୍ତାକଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ୍

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ। ଟ୍ରକ ସହ ଜଳିଗଲେ ଟ୍ରକ ଡ୍ରାଇଭର। ସୂଚନା ମୁତାବକ ଟ୍ରକଟି ତାଳଚେର ରୁ କୋଇଲା ନେଇ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ କୌଣସି କାରଣ ରୁ ଟ୍ରକ୍ଟି ଓଲଟି ପଡିଥିଲା।
Download Argus News App
