ରାସ୍ତାକଡରେ ପଡିଛି ଦନ୍ତା ହାତୀର ମୃତଦେହ

ରାଉରକେଲା: ପୁଣି ଦନ୍ତାକୁ ହତ୍ୟା । ରାଉରକେଲା ବନବିଭାଗ ଅଧିନ ବାଙ୍କୀ ଫରେଷ୍ଟ ରେଞ୍ଜରେ ଏକ ଦନ୍ତା ହାତୀକୁ ହତ୍ୟା କରାଯାଇଛି । ବାଙ୍କୀ ପଞ୍ଚାୟତର ବାଙ୍କୀ ଛକ ରାସ୍ତା କଡରେ ପଡିଛି ଦନ୍ତା ହାତୀର ମୃତଦେହ । ଗତକାଲି ରାତିରେ ଦନ୍ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହାତୀର ଚାରିପଟେ ରକ୍ତ ପଡିଥିବାବେଳେ ହାତୀର ଦେହରେ ଅନେକ ଜାଗାରେ ଧାରୁଆ ମାରଣାସ୍ତ୍ରର କ୍ଷତ ଚିହ୍ନ ରହିଛି । ଦନ୍ତା ହାତୀର ମୃତ୍ୟୁ ପରେ ଏବେ କାଠଗଡ଼ାରେ ବାଙ୍କୀ ରେଞ୍ଜ ବନ ଅଧିକାରୀ ଏବଂ ଡିଏଫଓ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
