ଅର୍ଗସ ବ୍ୟୁରୋ : ବାଜା ବାଜୁଛି, ବାଣ ଫୁଟୁଛି, ବାଟବରଣୀ ହେଉଛି । ଶାଶୁଘର ଯିବେ ପୂଜା। ହାତରେ ମେହେନ୍ଦି ଆଖିରେ ଆଖିଏ ସ୍ବପ୍ନନେଇ ଶିଶୁଯତ୍ନ କେନ୍ଦ୍ରରୁ ବିଦାହେବେ ଶାଶୁଘର । ଏଭଳି ଏକ ଅନନ୍ୟ ବାହାଘର ଦେଖିବାକୁ ମିଳିଛି ସମ୍ବଲପୁର ସହରର ଧନକଉଡା ସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ । କଥାରେ ଅଛି ବାହାଘର ଭଗବାନ ହିଁ ଠିକ କରିଥାନ୍ତି । ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀରଖି ବିବାହ ବନ୍ଧନରେ ଆବନ୍ଧ ହୋଇଥାନ୍ତି ସ୍ବାମୀ ସ୍ତ୍ରୀ । ଏଭଳି ଏକ ପବିତ୍ର ବନ୍ଧନ ଆଜି ସମ୍ବଲପୁର ଶିଶୁଯତ୍ନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଛୋଟ ଦିନୁ ମାଁ ବାପାଙ୍କୁ ହରାଇ ଧନକଉଡା ଅନାଥ ଆଶ୍ରମରେ ଛୋଟରୁ ବଡ ହୋଇଥିଲେ ପୂଜା । ତେବେ ପୂଜା ବିବାହ ଯୋଗ୍ୟ ହେବାପରେ ହଠାଥ୍ ତାଙ୍କ ପାଖକୁ ବରଗଡ ବରପାଲିରୁ ପଣ୍ଡା ପରିବାରରୁ ଆସିଥିଲା ବିବାହ ପ୍ରସ୍ତାବ ସେଥିରେ ରାଜି ହୋଇଯାଇଥିଲେ ପୂଜା ।ଏଥିରେ ଆଶ୍ରମ କତୃପକ୍ଷ ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ପୂଜାର ବାହାଘର ପାଇଁ ଆଉ ଶେଷରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ ।
୨୭ ଏପ୍ରିଲରେ ପୂଜା ଓ ପ୍ରମୋଦ ବିବାହ ପାଇଁ ସ୍ଥିର ହେଲା ଶୁଭଲଗ୍ନ । ଆଶ୍ରମରେ ସଜାହେଲା । ମଣ୍ଡପରେ ପହଁଚିଲେ ବରଯାତ୍ରୀ । ବରାତି ବାଜା ବାଣରେ ଫାଟି ପଡୁଥିଲା ପୁରା ପରିବେଶ । ବରପକ୍ଷଙ୍କୁ ସ୍ବାଗତ କରିଥିଲେ ଏଠାରେ ରହୁଥିବା କୁନି କୁନି ଝିଅ । ସତେ ଯେମିତି ଲାଗୁଥିଲା ଏହା ଏକ ସାଧାରଣ ବାହାଘର । ଆଖିରେ ଆଖିଏ ସ୍ବପ୍ନ ନେଇ ବର କନ୍ୟା ହିନ୍ଦୁ ରିତି ନୀତିରେ ଆସିଥିଲେ ବିବାହ ମଣ୍ଡପକୁ । ସେପଟେ ବରଯାତ୍ରୀ ପାଇଁ ଭଳିକି ଭଳି ସ୍ବାଦିଷ୍ଟ ଭୋଜି ଭାତର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ବାହା ଘରରେ ଜିଲ୍ଲା ପ୍ରଶାସନର ରହିଥିଲା ସମ୍ପୁଣ୍ଣ ସହଯୋଗ । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବରକନ୍ୟାକୁ ଆର୍ଶୀବାଦ ଦେଇଥିଲେ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି