କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ବାହୁଷ୍ପୋଟ ମାରୁଥିବା ନବିନ ସରକାର ଦିର୍ଘ ୨୪ ବର୍ଷ ର ଶାସନ କାଳରେ ଥାଇ ଓ ବାହୁ ସ୍ପୋଟ ମାରୁଥିବା ଆଜି ପଦାରେ ପଡ଼ି ହାଟରେ ଗଡୁଛି । ଏ ଭଳି ଏକ ,ଗାଁର ଚିତ୍ର ସାମ୍ମାନା କୁ ଆସିଛି ,ସେଥିରେ କେବେ ସୁଧାର ଆସିନି କି ଦୃଷ୍ଟି ମଧ୍ୟ ପଡ଼ିନି । ଯେଉଁଠି କି ବିକାଶ ର ଛାଇ ମଧ୍ୟ କେବେ ପଡ଼ିନି ! ପୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ଡ ॥ କିଏ ବଣ ପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କିଏ ପଖାଳ ଭାତ ସାଙ୍ଗ କୁ ଲୁଣ ! ଗାଁ ସାରା ମାଳ ମାଳ ପିଲା ବାଲି ଧୁଳି ରେ ଲୋଟି ବୁଲୁଥିବାର ଦୃଶ୍ୟ ପରିକ୍ଷିତ ହେଉଛି ! ଦେହ ଅସୁସ୍ଥ ହେଲେ ଜଙ୍ଗଲି ଚେରମୂଳି ଔଷଧ ତାଙ୍କର ଭରଷା । ସତେ ଯେମିତି ଓଡ଼ିଶାର ଦ୍ୱିତୀୟ ନଗଡ଼ା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା , ଦଶପଲ୍ଲା ବ୍ଳକ, କୁଳୁରୁକୁମ୍ପା ଗ୍ରାମପଞ୍ଚାୟତ ର ଶବର ସାହିରେ ।
ନାହିଁ ନାହିଁ ରେ ବିତୁଛି ସାହି ବାସୀ ଙ୍କ ଜୀବନ । ଗାଁକୁ ରାସ୍ତା ନାହିଁ , କି ଆମ୍ବୁଲାନ୍ସ ସେବା ନାହିଁ । ଗାଁ କୁ ସୁଦ୍ଧ ପାନୀୟ ଜଳ ନାହିଁ , ଓ କିଛି ପରିବାର ଙ୍କ ପାଖରେ ରାସନ କାର୍ଡ଼ ନାହିଁ , କେହି କେହି ଉପବାସ ରେ ଦିନ କାଟୁଥିବା ଅଭିଯୋଗ ହେଉଛି ! କିଛି ପରିବାର ଆଧାର କାର୍ଡ଼ ନାହିଁ ତେଣୁ ଆଧାର କାର୍ଡ଼ ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଛି ।
ଗାଁ ଲୋକଙ୍କ ଜୀବନ ଜିବିକା କହିଲେ ଜଙ୍ଗଲ ରୁ ଆଳୁ,ପାଣିଆଳୁ, କନ୍ଦା ,ମସିହା , ଜଙ୍ଗଲି ମହୁ, ଲାଖ , ଝୁଣା ସଂଗ୍ରହ କରି ବିକ୍ରି ବଟା କରନ୍ତି ଓ ପରିବାର ଭରଣପୋଷଣ କରି ଦିନ ବିତାନ୍ତି । ଏଭଳି ସ୍ଥିତିରେ ଗାଁଲୋକମାନେ ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରଶାସନ ଓ ରାଜନେତା ମାନଙ୍କୁ ଗୁହାରି ଜଣାଇଛନ୍ତି କିନ୍ତୁ ନୟାନ୍ତ ଓ ନିରାଷ ହୋଇ ସାରିଛନ୍ତି ! କିନ୍ତୁ କାହାର ନିଘା ନାହିଁ କି ଚିନ୍ତା ନାହିଁ ॥ ବିକାଶର ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ଙ୍କର ଭାବମୂର୍ତ୍ତି ପରିଲକ୍ଷିତ ହେଉଥିବା ମନେହୁଏ ଏହି ଶବର ସାହି ର ଦୃଶ୍ୟ । ତେଲିଆ ମୁଣ୍ଡରେ ତେଲ ମଳି ମୁଣ୍ଡିଆ କୁ ପଚାରେ କିଏ ?
ଆବାସ ଗୃହ ଯୋଜନାରେ ମହା ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। କୁଜି ନେତାମାନଙ୍କ ଦେଇ ଅର୍ଦ୍ଧନିର୍ମିତ ଆବାସ ଗୃହ ନିର୍ମାଣ ହୋଇଥିବା ଅଭିଯୋଗ ଆସିଛି। କେହି କେହି ଚାଳ ଓ ମାଟି କାନ୍ଥ ଝୁମ୍ପୁଡ଼ି କୁଡ଼ିଆ ରେ ପାଣି ଗଳୁଥିବା ଓ ଶାପ କଣ୍ଟିଆ ପଶୁଥିବା ର ଅଭିଯୋଗ ହୋଇଛି । ରାସନ ସାମଗ୍ରୀ ର ଦୁର୍ନିତି କହିଲେ ନସରେ । ରାସନ କାର୍ଡ଼ ଖଣ୍ଡେ ପଟେ ଯାହାର ଅଛି ନା ଥାଇ ମଧ୍ୟ ରାସନ ପାଇପାରୁ ନାହିଁ । ଗାଁର ଲୋକ ମାନେ ଅଧାରୁ ଅଧିକ ଭୂମୀ ହିନ ଏଥିପାଇଁ ମଧ୍ୟ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ଗାଁ ପ୍ରତି ବିଜେଡ଼ି ସରକାର ଙ୍କର ଅବହେଳା କାହିଁକି ? ଏହା ପଛରେ କି ପ୍ରକାର ରହସ୍ୟ ରହିଛି ? ବିଜେଡ଼ି ଭୋଟ ବାକ୍ସ କୁ ଶବର ସାହି ର ଭୋଟ ଯାଉ ନାହିଁ କି ? ବିଧାୟକ ଜାଣିଶୁଣି ଅଣ ଦେଖା କରୁଛନ୍ତି ।ଏଭଳି ଅନେକ ପ୍ରଶ୍ନ ଅଙ୍କୁରିତ ହେଉଛି ।ତେଣୁ ଉଚ୍ଚସ୍ତରୀର ତଦନ୍ତ କରାଗଲେ ପ୍ରକୃତ ସତ ଜଣ ପଦାକୁ ଆସିବ ॥ କେବେ ଶବର ସାହି ବାସୀ ମୌଳିକ ଅଧିକାର ପାଇବେ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର