ଘର
ଓଡ଼ିଶା
ଶିକାରୀ ଜାଲରୁ ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ
ଶିକାରୀ ଜାଲରୁ ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ
by Ritu Das
ଅର୍ଗସ ବ୍ୟୁରୋ: ଶିକାରୀ ଜାଲ କବଳରୁ ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ l ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ କୁମରକାନୀ ଗ୍ରାମରେ କିଛି ଅସାଧୁ ପକ୍ଷୀ ଶିକାରୀ ଜାଲ ବିଛାଇ ପକ୍ଷୀ ଶିକାର କରୁଥିଲେ l ରାତିରେ ଏକ ବିରଳ ପ୍ରଜାତିର ପକ୍ଷୀ, ଜାଲରେ ଲାଗିଥିବା ତାଳପଦର ଗ୍ରାମର ସ୍ବେଛାସେବୀ ଆଶୁତୋଷ ହୋତା ଦେଖିବାକୁ ପାଇଥିଲେ l ଗ୍ରାମର ନରହରି ଜାଲ ଓ ସ୍ବେଛାସେବୀ ଉଭୟ ମିଶି କଇଁଚି ଓ ବ୍ଲେଡ ସାହାଯ୍ୟରେ ଜାଲକୁ କାଟି ବିରଳ ପକ୍ଷୀକୁ ଉଦ୍ଧାର କରି ପାଣି ପିଆଇ ଛାଡି ଦେଇଥିଲେ l
ବିରଳ ପକ୍ଷୀଟି ପାଣି ପିଇ ଜୀବନ ପାଇଥିଲା l ଏହାପରେ ଉଡି ଉଡି ଚାଲି ଯାଇଥିବା ଦେଖିବାକୁ ମିଳିଛି l ତେବେ ଏଭଳି ମହତ କାର୍ଯ୍ୟ ପାଇଁ ଅଞ୍ଚଳରେ ସ୍ବେଛାସେବୀ ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଏହା ସହିତ ଜାଲ ବିଛାଇ ଥିବା ପକ୍ଷୀ ଶିକାରୀଙ୍କ ଉପରେ ବନ ବିଭାଗ ପକ୍ଷରୁ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର