ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଦିନ ହେବ କିଛି ନୂଆ ଜୀବଜନ୍ତୁ ଆସୁନଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଥିବା ଅଭିଯୋଗ ହେଉଛି। ପ୍ରାଣୀ ଉଦ୍ୟାନ ପକ୍ଷରୁ ଧଳା ସିଂହ ଆଣିବା ପାଇଁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଦିନ ମଧ୍ୟରେ ସିଂହ ଆଣିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେବ।
ତେବେ ପ୍ରଥମ ପର୍ଯ୍ୟାୟରେ ଦୁବାଇ ସଫାରୀ ପାର୍କରୁ ହଳେ ଧଳା ସିଂହ ଆଣିବା ପାଇଁ କର୍ତ୍ତୃପକ୍ଷ କିଛି ଦିନ ହେବ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏବେ ସିଂହ ଆସିବା ପାଇଁ ପଥ ପରିସ୍କାର ହୋଇଥିବାବେଳେ କିଛି ସରାକରୀ କାଗଜପତ୍ର ସରିବା ପରେ ଜନ୍ତୁ ଆଣିବା ପାଇଁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପ୍ରସ୍ତୁତ ହେବେ ବୋଲି ଜଣେ ଅଧିକାରୀଙ୍କଠାରୁ ଜଣାପହିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।