ପୁରୀ: ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱସାରା ପାଳିତ ହୁଏ ପର୍ଯ୍ୟଟନ ଦିବସ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ତଥା ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା ।
ତେବେ ଏହି ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ TOURISM AND GREEN INVESTMENT ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏକ ସୁଦୀର୍ଘ ବାଲୁକାକଳା ମାଧ୍ୟମରେ ପ୍ରକୃତିର ଅଦ୍ଵିତୀୟ ଚିତ୍ର ଆଙ୍କିବା ସହ ଏହି ବାର୍ତ୍ତା ଦେଇଛନ୍ତି । ପର୍ଯ୍ୟଟନ ସହର ପୁରୀର ବେଳାଭୂମିରେ ଅନେକ ପର୍ଯ୍ୟଟକ ଏହାକୁ ପ୍ରଶଂସା କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର....