ଦାରିଦ୍ର୍ୟତାର କରୁଣ ଚିତ୍ର । ଆପଣଙ୍କ ଆଖିରେ ମଧ୍ୟ ଭରିଯିବ ଆଖିଏ ଲୁହ । ଭୋକର ଜ୍ୱାଳା ଅବା ସହିବ କି'ଏ । ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡା ପଞ୍ଚାୟତ ପଛପାଖ ସାହି ଦିବାକର କନ୍ଧ ଙ୍କ ପରିବାରର ଦୃଶ୍ୟ । ଦିବାକର ଗତବର୍ଷ ଅଗଷ୍ଟ ମାସ ୭ ତାରିଖରେ ମୃତ୍ୟୁବରଣ କରିଛନ୍ତି । ଏହି ଶିଶୁ ମାନେ ହେଉଛନ୍ତି ମୃତ ଦିବାକରଙ୍କ ତିନି ପୁଅ ଓ ଦୁଇ ଝିଅ । ଆଉ ଏ ହେଉଛନ୍ତି ଏହି ଶିଶୁ ଙ୍କ ମା। ଯେମିତି ସେମିତି ମା ଏହି ପିଲାମାନଙ୍କୁ କଷ୍ଟେମଷ୍ଟେ କୁଲି ମଜୁରୀ କରି ଚଳାଇନେଉଥିଲେ । ହେଲେ ହଠାତ୍ ଦିନେ ଶାନ୍ତି ଘର ନିକଟରେ ପଡିଯାଇଥିଲେ । ଆଖିରେ ମାଡ଼ ହୋଇଗଲା।ତାପରଠାରୁ ସେ ନା ଆଉ ରୋଷେଇ କରୁଛନ୍ତି ନା କାହାକୁ କିଛି କହୁଛନ୍ତି ।
ଏମାନେ ଏମିତି ଅସହାୟ ଅବସ୍ଥାରେ ଥିବା ବେଳେ ଏମାନଙ୍କ ପ୍ରତି ନା ପଞ୍ଚାୟତ, ନା ବ୍ଲକ ନା ଶିଶୁ ସୁରକ୍ଷା ବିଭାଗର ନଜର ପଡୁଛି । ଏମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ମଜା ନେଉଥିବା ବେଳେ ଏହି ପରିବାର ସମସ୍ୟା ଯେମିତି ସରକାରୀ ଯୋଜନାକୁ ଉପହାସ କରୁଛି । ଗ୍ରାମବାସୀ ମଧ୍ୟ ଏମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।
ଘର ସମୁଖରେ ବାଉଁଶରେ ତିଆରି କବାଟ, ମାଟି କାନ୍ଥ ଖସି କାଠ ଦେଖାଗଲାଣି ।ଉପରେ କିନ୍ତୁ କେଇଖଣ୍ଡ ଟିଣ ଛପର ପଡିଛି । ଏ ହି ଝାଟିମାଟି ଟିଣ ଛପର ଘରେ ବିତୁଛି ଏମାନଙ୍କ ଜୀବନ । ଘରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ନାହିଁ । ଏମିତି ଅନ୍ଧାର ଘରେ ବିତିଚାଲିଛି ଏମାନଙ୍କ ଜୀବନ । ଏମାନଙ୍କ ଏହି ଦୂର୍ଦଶା ଦେଖିଲେ ଲାଗୁଛି ସରକାରଙ୍କ ସମସ୍ତ ବ୍ୟବସ୍ଥା ଯେମିତି ଏମାନଙ୍କ ପାଇଁ ଅଲୋଡା ହୋଇପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର