ଏଭଳି ଏକ ଘଟଣା ଆଖପାଖ ଅଞ୍ଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏପରି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶମାଖୁଣ୍ଟା ବ୍ଲକ ଅଧିନ ପୋଡ଼ାଅସ୍ତିଆ ଠାରେ। ଭଲଭାବରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ସୁନ୍ଦର ସୁସଜ୍ଜିତ ଓ ନିଖୁଣ କାରୁକାର୍ଯ୍ୟରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ। ଏହି ମନ୍ଦିର ନିର୍ମାଣ ପଛରେ ଏକ ସୁନ୍ଦର ଓ ହୃଦୟ ସ୍ପର୍ଶୀ କାହାଣୀ ଲୁଚିରହିଛି।ଘଟଣା ମୁତାବକ ବାରିପଦା ସହରର ସହରସହି ଠାରେ ସ୍ୱାମୀ ପ୍ରହଲ୍ଲାଦ ଘୋଷ ଓ ସ୍ତ୍ରୀ ବାସନ୍ତୀ ଘୋଷ ରହିଆସୁଥିଲେ। ଉଭୟେ ଧର୍ମ କର୍ମରେ ବେସ ବିଶ୍ୱାସ ରଖିଥାନ୍ତି। ତେବେ ୨୦୧୨ ମସିହାରେ ଏହି ଦମ୍ପତି ଏକ ରାମ ମନ୍ଦିର ନିର୍ମାଣ ପାଇଁ ମନସ୍ଥ କରିଥିଲେ ଏବଂ ଶାମାଖୁଣ୍ଟା ବ୍ଲକ୍ ପୋଡ଼ା ଅସ୍ତିଆ ଠାରେ ତାଙ୍କର ଏକ ପୈତୃକ ଜାଗା ଥିବାରୁ ସେହି ସ୍ଥାନରେ ସେମାନେ ମନ୍ଦିର ନିର୍ମାଣ କରିବା ପାଇଁ ଚୟନ କରିଥିଲେ।
ଉଭୟେ ସ୍ୱମୀ ସ୍ତ୍ରୀ ଭଗବାନଙ୍କ ଉପରେ ବିଶ୍ୱାସ ରଖି ମନ୍ଦିର କର୍ଯ୍ୟ ଆରମ୍ଭ କଲେ। ଏହି ଭିତରେ ୨୦୧୮ ମସିହାରେ ପ୍ରହଲ୍ଲାଦଙ୍କ ଶରୀର ଅସୁସ୍ଥ ହେବା ସହ କିଛିଦିନ ମଧ୍ୟରେ ପ୍ରହଲ୍ଲାଦ ଙ୍କର ମୃତୁ ମଧ୍ୟ ଘଟିଥିଲା। ଯାହା ବାସନ୍ତି ଙ୍କୁ ସମ୍ପୂର୍ଣ ରୂପେ ଭାଙ୍ଗି ଦେଇଥିଲା। ସେତେବେଳକୁ ମନ୍ଦିରର କାର୍ଯ୍ୟ ମାତ୍ର ୨୦ ପ୍ରତିଶତ ହୋଇଥାଏ। ଏହାପରେ କରୋନା ମହାମାରୀ ଯୋଗୁଁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ବାସନ୍ତି ଙ୍କ କହିବା ଅନୁଯାୟୀ ସେ ପ୍ରତ୍ୟେକ ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତି , ଯାହା ତାଙ୍କୁ ଏକ ଅଦୃଶ୍ୟ ଶକ୍ତି ପ୍ରଦାନ କରିଥାଏ। ତେବେ ସ୍ୱାମୀଙ୍କ ଅନ୍ତିମ ଇଚ୍ଛା ପୁରଣ କରିବା ନିମନ୍ତେ ସେ ସବୁକିଛି ଭୁଲି ମନକୁ ଦମ୍ଭ ଧରି ପୁନର୍ବାର ସ୍ବାମୀ ଙ୍କ ଇଚ୍ଛା ପୁରଣ କରିବା ପାଇଁ ୨୦୨୧ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବାସନ୍ତିଙ୍କର ଏହି ମନ୍ଦିର ନିର୍ମାଣ କରିବାର ନିଶା ସ୍ଥାନୀୟ ଲୋକଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି।
ସ୍ୱାମୀ ତାଙ୍କ ପାଇଁ କୌଣସି ଅର୍ଥ ଛାଡ଼ି ଯାଇନଥିଲେ ସୁଦ୍ଧା କିଛି ପୈତୃକ ସମ୍ପତି ଛାଡି ଯାଇଥିଲେ।ତେବେ ତାଙ୍କର କୌଣସି ସନ୍ତାନ ନ ଥିବାରୁ କାହା ପାଇଁ ଏହାକୁ ସଞ୍ଚିବେ ଏହା ଭାବି ଉକ୍ତ ଜମି କୁ ବିକ୍ରୟ କରି ଯୋରସରରେ ଲାଗି ପଡ଼ିଥିଲେ ମନ୍ଦିର ନିର୍ମାଣରେ। ବାସନ୍ତି ଙ୍କ କହିବା ଅନୁଯାୟୀ ତାଙ୍କ ଘରେ ନା ବସିବା ପାଇଁ ଖଣ୍ଡେ ଚେୟାର ଅଛି ନା ଭୋଗ ବିଳାସର କୌଣସି ଉପକରଣ। ସେ ସାଂସାରିକ ମୋହ ମାୟା ସମ୍ପୂର୍ଣ ତ୍ୟାଗ କରିଛନ୍ତି। ଗତ ୩୧ ତାରିଖ ଏହି ରାମ ମନ୍ଦିର ପ୍ରତିଷ୍ଠା ହୋଇଛି। ଚାରିଦିନ ଧରି ଏଠାରେ ପୂଜାର୍ଚ୍ଚନା ହେବା ସହ ଅନ୍ନ ଭୋଗ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପୃଭୁ ଶ୍ରୀରାମଚନ୍ଦ୍ର , ମାତା ସୀତା , ଲକ୍ଷ୍ମଣ ଓ ହନୁମାନ ଙ୍କ ସମେତ ଏଠାରେ ଶଙ୍କର , ମାତା ସତୀ ,ନୃସିଂହ ଏବଂ ରାଧାକୃଷ୍ଣଙ୍କୁ ମଧ୍ୟ ଏଠାରେ ବିରାଜମାନ କରାଯାଇ ପୂଜା କରାଯାଉଛି।
ଉକ୍ତ ମନ୍ଦିର ପ୍ରତିଷ୍ଠା ପରେ ସ୍ୱାମୀଙ୍କ ଇଛା ପୁରାଣ ହୋଇଛି ବୋଲି କହି ବାସନ୍ତି ତାଙ୍କ ଆଖିରୁ ଧାର ଧାର ଲୁହ ଝରାଇ ଦେଇଥିଲେ।ମିନ୍ଦିର ନିର୍ମାଣ ତଥା ପ୍ରତିଷ୍ଠାକୁ ମାତ୍ର ଦିନ କେଇଟା ହୋଇଥିଲେବି ରାସ୍ତାରେ ଯିବା ଆସିବା ଲୋକଙ୍କୁ ମନ୍ଦିରର କଳାକୃତି ଯେମିତି ଟାଣିଆଣୁଛି ନିଜଆଡକୁ। ଅଳ୍ପଦିନରେ ଏହା ଏକ ଦର୍ଶନୀୟ ସ୍ଥାନ ପାଲଟିଯାଇଛି। ବାସନ୍ତି ଏବେ ବହୁତ ଖୁସି । ସେ ଏବେ କେବଳ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିବା କହିଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ