ଗତକାଲି ପୁରୀରେ ଏହି ଜଙ୍ଗଲୀ ବାରହା ସମୁଦ୍ରକୂଳ ନିକଟରେ 6 ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା । ଆକ୍ରମଣରେ ଦୁଇ ଜଣ ସଫେଇ କର୍ମଚାରୀଙ୍କ ସମେତ ଆଉ ଚାରିଜଣ ଆହତ ହୋଇଥିଲେ। ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ରାସ୍ତା ସଫେଇ କରୁଥିବା ସମୟରେ ଗୋଟିଏ ଜଙ୍ଗଲୀ ବାରହା ଦୁଇଜଣ ପୌରସଂସ୍ଥା ତରଫରୁ ନିୟୋଜିତ ହୋଇଥିବା ମହିଳା ସଫେଇ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ଗୁରୁତର ଆହତ କରିଥିଲେ। ଉକ୍ତ ଦୁଇ ମହିଳାଙ୍କ ଶରୀରରେ ଅନେକ କ୍ଷତବିକ୍ଷତ ଚିହ୍ନ ହୋଇଥିବା ବେଳେ ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟ ଉକ୍ତ ବାରହାଟିକୁ ପୁରୀ ଲୋକନାଥ ରୋଡ ସ୍ଥିତ ଛପନଛକ ଠାରେ ଲୋକମାନେ ଦେଖିବାକୁ ପାଇଥିଲେ। ଆତଙ୍କିତ ଓ ଭୟଭୀତ ହୋଇ ଲୋକମାନେ ହୋହଲ୍ଲା କରିବାରୁ ବାରାହାଟି ଜୀବନ ବିକଳରେ ଏକ ନଳା ଭିତରକୁ ପଶି ଯାଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଦୀର୍ଘ ଏକଘଣ୍ଟାରୁ ଉର୍ଦ୍ଧ୍ବ ପରିଶ୍ରମ କରି ଜଙ୍ଗଲୀ ଜନ୍ତୁକୁ ନଳାରୁ କାବୁ କରିବାରେ ସଫଳ ହୋଇଥିଲେ।
କାବୁ ହେଲା ପୁରୀରେ ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ବାରହା

ପୁରୀ : କାବୁ ହେଲା ପୁରୀରେ ଆତଙ୍କ ଚଲାଇଥିବା ଜଙ୍ଗଲୀ ବାରହା । ବନ ବିଭାଗ ଏହି ଜଙ୍ଗଲୀ ବାରହାକୁ କାବୁ କରିଛି। ଲୋକନାଥ ଛପନ ଛକରେ ବାରହା ଉପଦ୍ରବ ମଚାଇଥିଲା । ନାଳ ଭିତରେ ପଡିଥିବାବେଳେ ବାରହାକୁ ଉଦ୍ଧାର କରିଛି ବନ ବିଭାଗ ।
Download Argus News App
