
ଅର୍ଗସ ବ୍ୟୁରୋ :ସମାଜରୁ ଆଧ୍ୟାତ୍ମିକ ଚେତନା ଲୋପ ପାଇ ଚାଲିଥିବା ବେଳେ ସାଧାରଣ ଳୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ନିଆରା ଉଦ୍ୟମ କରି ଚର୍ଚ୍ଚାରେ ଆଳି ବ୍ଲକ ସାନମଙ୍ଗ ପଞ୍ଚାୟତ ଠାକୁରସାହି ଗ୍ରାମର ଯୁବକ ମାନେ। ଚଳିତ ବର୍ଷ ଗ୍ରାମରେ ଅନୁଷ୍ଠିତ ହେଉଥିବା ଅଷ୍ଟମ ପ୍ରହରି ନାମଯଜ୍ଞ 50 ବର୍ଷ ପୂର୍ତ୍ତି ଅବସର। ଏହି ପୌରାଣିକ କଥାବସ୍ତୁ ମାଧ୍ୟମରେ ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ବିଭିନ୍ନ ଅବତାର ନିର୍ମାଣ କରିବା ସହିତ ବକାଶୁର ବଧ ଓ କଂଶ ବଦ୍ଧର ଚିତ୍ରଣ ବେଶ ଚିତାକର୍ଷକ ଥିଲାl ଏହି ଅବସରରେ ଯୁବକ ମାନଙ୍କ ମଧ୍ୟରେ ଏଭଳି ଏକ ନିଆରା ପ୍ରଚେଷ୍ଟାକୁ ପ୍ରଂଶସା କରିବା ସହିତ ଯୁବକ ମାନେ ଏକତ୍ରିତ ହେଲେ ସମାଜରୁ କୁସଂସ୍କାର, ଅତ୍ୟାଚାର ଦୂର କରିବା ସହିତ ଭାଇଚାରା ସୃଷ୍ଟି କରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ l
