କହିଲେ ଦେଖି, ମା’ଟିଏ କେତେ ପରିଶ୍ରମ କରେ ନିଜ ପିଲାଙ୍କ ପାଇଁ ନିଜ ପରିବାର ପାଇଁ ?
ଏ ଦୃଶ୍ୟ ହେଉଛି ସମ୍ବଲପୁର ସହରର। ସହରର ମଧ୍ୟସ୍ଥଳରେ ଥିବା ମୁଦିପଡାରେ ଥିବା ପେଟ୍ରୋଲ ପମ୍ପରେ କାମ କରୁଥିବା ଏହି ମହିଳାଙ୍କ ନାଁ ହେଉଛି ତପସ୍ୱିନୀ ମୁଖୀ। ସ୍ୱାମୀ ଘନଶ୍ୟାମ ମୁଖି ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରନ୍ତି। ସ୍ୱାମୀ ଖାଇ ପିଇ ଘରୁ ବାହାରିବା ପରେ ପତ୍ନୀ ପ୍ରତିଦିନ ଏଠାକୁ କାମ କରିବାକୁ ଆସନ୍ତି। ଆଉ ସାଥିରେ ନେଇ ଆସନ୍ତି ନିଜର ଦୁଇ ସନ୍ତାନଙ୍କୁ । ଉଭୟଙ୍କୁ ଘରେ ଏକୁଟିଆ ନ ଛାଡି ନିଜ ସହ ନିଜ କର୍ମସ୍ଥଳକୁ ଆଣି ମଝିରେ ମଝିରେ ଦେଖାଶୁଣା କରନ୍ତି। କାମ ବେଳେ କାମ ଆଉ କାମ ନ ଥିଲା ବେଳେ ପିଲାଙ୍କ ପାଠପଢା। ଏଇଥିରେ ତାଙ୍କ ଦିନ କଟେ।
ବାଟରେ ଯେଉଥିବା ଲୋକେ ଏ ଦୃଶ୍ୟ ଦେଖି ବେଶ୍ ଖୁସି ହୁଅନ୍ତି। ଜଣେ କର୍ମଚଞ୍ଚଳ ମା’କୁ ଦେଖି ଅନେକ ମହିଳା ନିଶ୍ଚିତ ଭାବେ ନିଜକୁ ଗର୍ବିତ ଅନୁଭବ କରୁଥିବେ ।