ସେ ମଧ୍ୟ ବିଂଝାରପୁର ନିର୍ବାଚନ ମଣ୍ଡଳିର ପ୍ରଥମ ବିଧାୟକ ବୀର କିଶୋର ବେହେରାଙ୍କ ନାତି । ସେ ସ୍ଥାନୀୟ ବ୍ରଜସୁନ୍ଦର ହାଇସ୍କୁଲରେ ପାଠ ପଢ଼ି ଇଂଜିନିୟରିଂ ସାରିବା ପରେ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନିଯୁକ୍ତି ପାଇଥିଲେ । ପରେ ସେ ବେଙ୍ଗାଲୁରର ଡିଆରଡିଓରେ କାର୍ଯ୍ୟରତ ଥିବା ସମୟରେ କୋରୋନା ରୋଗରେ ସଂକ୍ରମିତ ହୋଇଥିଲେ । ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ବିଂଝାରପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
କୋରୋନାରେ ଚାଲିଗଲା ଯୁବ ଓଡିଆ ବୈଜ୍ଞାନିକଙ୍କ ଜୀବନ
Download Argus News App
