ଏହା ଚମତ୍କାର ନୁହେଁ ତ ଆଉ କ’ଣ ! ଯେଉଁ ଯୁବତୀ ଏ ଭିଡିଓରେ ଆପଣଙ୍କ ସମ୍ମୁଖରେ ଚାଲୁଛନ୍ତି, ଦିନ ସିଏ ଅଚଳନ୍ତି ମଣିଷ ହୋଇଯାଇଥିଲେ। ଡାକ୍ତର କହିଦେଇଥିଲେ। କଣ୍ଟ ଦେଇ ସାରିଥିଲେ। ଏଇ ହୁଇଲ ଚେୟାର ବିନା ତାଙ୍କ ଜୀବନ ଅସମ୍ଭବ। ହେଲେ ଆଜି ମିରାକଲ ହେଲା। କୃପାମୟ କାଳିଆ ସାଆନ୍ତଙ୍କ କୃପାରୁ ସେ ଆଜି ଚାଲିଲେ, ଚାଲି ଚାଲି ଯାଇ କଳାଶ୍ରୀମୁଖକୁ ଦର୍ଶନ କରି ଫେରିଲେ।
ଏ ଝିଅଟି ଭଦ୍ରକ ଜିଲ୍ଲାର। ଦୁଇବର୍ଷ ତଳେ କୌଣସି କାରଣରୁ ତାଙ୍କର ସ୍ପାଇନାଲ କର୍ଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ଡାକ୍ତର କହିଥିଲେ, ହୁଇଲ ଚେୟାର ବିନା ସେ ଯା ଆସ କରିବା ଅସମ୍ଭବ। କିନ୍ତୁ ଡାକ୍ତରଙ୍କ ଉପରେ ବି କୌଣସି ମହାଶକ୍ତି ଅଛି। ଯାହା ଆଜି ପ୍ରମାଣିତ ହୋଇଛି। ଚମତ୍କାରୀ କାଳିଆ ଠାକୁରଙ୍କ ଲୀଳା ଦେଖିଲା ବିଶ୍ୱ । ସ୍ପାଇନାଲ କର୍ଡ଼ ଅଚଳ ହୋଇଥିବା ମହିଳା ଆଶାବାଡି ଧରି ଚାଲିଲେ। ଯାହାକୁ ଦେଖି ମନେପଡୁଛନ୍ତି ଭାଗବତର ଭକ୍ତ ଚରିତ୍ର କୁବୁଜାର କଥା।
ନିଜ ହାତ ସ୍ପର୍ଶରେ ଭଗବାନ କୃଷ୍ଣ, କୁବୁଜାଙ୍କ ଖଞ୍ଜାକୁ ସଜାଡିଦେଲେ। ଶ୍ରୀହସ୍ତ ସ୍ପର୍ଶରେ ଅସୁନ୍ଦରୀ ରମଣୀ ପାଲଟିଲା ମହାସୁନ୍ଦରୀ। ସେଇ କଥାର ପୁନରାବୃତ୍ତି ହୋଇଛି। ବଡ ଦାଣ୍ଡରେ ଆଉ ଜଣେ କୁବୁଜା ଆଜି ସୁନ୍ଦରୀ ପାଲଟିଛି। ଭଦ୍ରକିଆ ଭକ୍ତ ହାତ ଯୋଡି କହୁଛି, ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁରେ…।
ଓଡିଶା ଖବର ଆହୁରି ପଢନ୍ତୁ