କର୍କଟ ରୋଗର ସଚେତନତା ଉଦେଶ୍ୟ !
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ସୁନ୍ଦରଗଡ଼: ସୁନ୍ଦୁରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ପୋଡ଼ସିଂହଠାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ପୋଡ଼ସିଂହ ଗାଁର ସାୟୁମ ହରୋଙ୍କ ପୁଅ ଡେଭିଡ଼ ହରୋ ।
ଗାଁ ପାଖ ମଶାଣୀ ପାଖରେ ଥିବା ଏକ ପଳାଶ ଗଛରେ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ମୃତକ ଜଣକ ବିଭାହିତ ଏବଂ ତାଙ୍କର ତିନୋଟି ସନ୍ତାନ ଥିବା ଜଣାପଡ଼ିଛି । ମୃତକ ଡେଭିଡ଼ ନିଜ ସାର୍ଟ ଦ୍ଵାରା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ ।
Download Argus News App
