ଗତକାଲି ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ଦେଖି ସାରିବା ପରେ ଦୁଇ ଜଣ ଯୁବକ ଗେଟସରୋବର ପଡାର ସରୋଜ ପାଣୀଗ୍ରାହୀ ଓରଫ୍ ବିଟ୍ଟୁ ଏବଂ କନ୍ଧପାଲି ପଡାର ପ୍ରେମ ସାହୁ ରାଜମନ୍ଦିର ହୋଟେଲ ଗଲିରେ ଠିଆ ହୋଇଥିଲେ । ଅନ୍ୟ ଗୋଷ୍ଠୀର ଯୁବକଙ୍କ ସହ ବଚସା ପରେ ଛୁରା ମାଡ କରିଥିଲେ । ମେଡିକାଲରେ ବିଟ୍ଟୁର ମୃତ୍ୟୁ ହୋଇଥିଲା । ୧୦ ଦିନ ଆଗରୁ ବିଟ୍ଟୁ ବଲାଙ୍ଗିର ପୌରପରିଷଦରେ ଚାକିରି ଆରମ୍ଭ କରିଥିଲେ । ତାଙ୍କର ହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ସାଙ୍ଗସାଥୀ ଓ ପଡାବାସୀ । ଦୋଷୀକୁ ଗିରଫ ଦାବିରେ ଆଜି ଟାଉନଥାନା ଘେରାଉ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...