ଜିଲ୍ଲା, ବ୍ଲକ ଓ ରାଜ୍ୟ ସ୍ଥରରେ ଦଳକୁ ସୃଦୁଢ କରିବା ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକାରିଣୀ ବୈଠକ । ଏହିକ୍ରମରେ ଆଜି କଟକରେ ଦଳ ପକ୍ଷରୁ ଆୟୋଜିତ ହୋଇଛି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ । ଏହାସହ ଦେଶର 13 ଟି ରାଜ୍ୟରେ ସରକାର ପରିର୍ବତନ ହେବାର ଆଭାସ ହୋଇ ସାରିଛି । ସେଥିମଧ୍ୟରୁ ଓଡିଶା ଉପରେ କେଜରିୱାଲଙ୍କ ଅଧିକ ନଜର ରହିଛି । ତେଣୁ 2024 ମହାଲଢ଼େଇ ପୂର୍ବରୁ ଦଳ ମଜଭୁତ ହେବା ସହ ଶାସକ ଦଳକୁ ମାତ ଦେବା ପାଇଁ ଦଳ ସମସ୍ତ ରଣନୀତି ପ୍ରସ୍ତୁତି କରୁଥିବା କହିଛନ୍ତି କଟକ ଜିଲ୍ଲା ଆବାହକ ।
ରାଜନୀତି ଖବର ଆହୁରି ପଢନ୍ତୁ ।