
ଭୁବନେଶ୍ଵର : ଜଗାର ସମ୍ପତ୍ତିକୁ ନେଇ ତେଜୁଛି ବିବାଦ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆମ ଜନତା ଅଧିକାର ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପରିବର୍ତ୍ତେ ପ୍ରାଇଭେଟ ବ୍ୟାଙ୍କରେ ରଖିବା ଘଟଣାକୁ ଆମ ଜନତା ଅଧିକାର ପକ୍ଷରୁ ତୀବ୍ର ନିନ୍ଦା କରିଛନ୍ତି।
ଏହାକୁ ବିରୋଧ କରି ମାର୍ଚ୍ଚ ୧୬ ତାରିଖରେ ଆମ ଜନତା ଅଧିକାର ଭୁବନେଶ୍ୱର ପି.ଏମ.ଜି ଛକଠାରେ ଆନ୍ଦୋଳନ କରିଥାନ୍ତା। ତେବେ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟ ସରକାର ଗତ ଶୁକ୍ରବାର ସମସ୍ତ ସଭା, ସମିତି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଆମ ଜନତା ଅଧିକାରର ଆନ୍ଦୋଳନ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି। ଯାହାଫଳରେ ସଙ୍ଗଠନ ପକ୍ଷରୁ ସରକାରଙ୍କ ଏଭଳି ପଦକ୍ଷେପକୁ ନିନ୍ଦା କରାଯାଇଛି। ତେବେ ମାର୍ଚ୍ଚ ୩୧ ସୁଦ୍ଧା ସରକାର ଜଗନ୍ନାଥଙ୍କ ସମସ୍ତ ଅର୍ଥ ଫେରାଇ ନଆଣନ୍ତି ତେବେ ଏପ୍ରିଲ 1ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
