ଧୋକ୍କାଦେଲେ ରାଜ୍ୟ ସରକାର । ଆଉ ଧୋକ୍କା ଦେଲା ରାଜ୍ୟ ଶାସନରେ ଥିବା ବିଜେଡି । ଗରିବଙ୍କ ମୁଣ୍ଡ ଉପରେ ପକ୍କାଘର ପାଇଁ ମୋଦି ସରକାର ପଠାଇଲେ ଘର । ହେଲେ ରାଜ୍ୟରେ ଘର ଆବଣ୍ଟନରେ ଗରିବଙ୍କ ସହ ହେଲା ପ୍ରତାରଣା । ଆଉ ଥିଲାବାଲା ମୁଣ୍ଡ ଉପରେ ପକ୍କାଘର । ଆଉ ନଥିଲା ବାଲା ଦିନରେ ସୂର୍ଯ୍ୟ ଓ ରାତିରେ ଦେଖୁଛନ୍ତି ଚନ୍ଦ୍ର । ପଞ୍ଚାୟତିରାଜ ବିଭାଗ ଶୋଇଛି କୁମ୍ଭକର୍ଣ୍ଣ ନିଦ୍ରାରେ । ନିର୍ବାଚନ ପ୍ରଚାରରେ ମାତିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ପ୍ରତାପ ଜେନା ମାରୁଛନ୍ତି ଭାଷଣ, ହେଲେ ଆବାସ ହିତାଧିକାରୀ ପାଉଛନ୍ତି କଷଣ।
ରାଜଧାନୀ ଠାରୁ କେଇ କିଲୋମିଟର ଦୂର କଟକ ଚୌଦ୍ୱାର ଓ କଟକ ସାଲେପୁର ନିର୍ବାଚନ ମଣ୍ଡଳୀ । ବିଧାୟକ ସୌଭିକ୍ ବିଶ୍ୱାଳ ଓ ପ୍ରଶାନ୍ତ ବେହେରାଙ୍କ ନିର୍ବାଚନ ମଣ୍ଡଳୀ। ଆଉ ଏଠି ଲୋକଙ୍କୁ ଘର ତ ମିଳିନି ହେଲେ ଲୋଗୋ ଲଗାଇ କାର୍ଯ୍ୟ ସାରି ଦେଇଛନ୍ତି ସରକାର । ଆଉ ଉପକୂଳରେ ସୃଷ୍ଟି ହୋଇଛି ଉପାନ୍ତର ଭ୍ରମ । ଆଉ ଭଙ୍ଗାଘରେ ପିଲାଛୁଆ ଧରି ବର୍ଷବର୍ଷ ଧରି ଅପେକ୍ଷା କରିଛନ୍ତି ହିତାଧିକାରୀ । ଆଉ ଏଠି ପିସି ନଦେଲେ ମିଳେନି ଘର । ଆଉ ଘର ବିକ୍ରୀ ହୁଏ 20 ହଜାର ଟଙ୍କାରେ। ଏମିତି ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛନ୍ତି ଯୋଜନା ପାଇବାକୁ ଅପେକ୍ଷାରେ ଥିବା ଲୋକେ।
ରାଜ୍ୟରେ ଆବାସ କେଳେଙ୍କାରୀ, କେନ୍ଦ୍ର ସରକାର ପଠାଉଥିବା ଯୋଜନା ରାଜ୍ୟରେ ହେଉଛି ବାଟମାରଣା । ଆଉ ଗରିବଙ୍କୁ କେମିତି ସରକାର ଧୋକ୍କା ଦେଇଛନ୍ତି ଏହାର ପୋଲ୍ ଖୋଲିଦେଇଛନ୍ତି ଖୋଦ୍ କେନ୍ଦ୍ର ସରକାର । ନଜର ପକାନ୍ତୁ ଲୋକସଭାରେ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର । ୮ଲକ୍ଷ ପିଏମ ଆବାସ ବଂଟା ନହୋଇ ପଡିରହିଛି ରାଜ୍ୟରେ । ୨୦୧୯-୨୦ରୁ ଏପର୍ଯ୍ୟନ୍ତ ଓଡିଶାରେ ଆବାସ ଘରର ଟାର୍ଗେଟ ରହିଛି ୧୭ ଲକ୍ଷ ୦୩,୨୭୦ । କିନ୍ତୁ ରାଜ୍ୟ ସରକାର ମାତ୍ର ୮ଲକ୍ଷ ୪୪ହଜାର ୧୬୩ ଆବାସ ଘର ମଞ୍ଜୁର କରିଛନ୍ତି । ପ୍ରଶ୍ନ ଉଠୁଛି ବାକି ୮ଲକ୍ଷରୁ ଅଧିକ ପିଏମ ଆବାସ ଘର କାହିଁକି ବଂଟା ନହୋଇ ପଡିରହିଛି । ଯଦି କେନ୍ଦ୍ର ସରକାର ଆଲୋକେଟ କରିଛନ୍ତି ରାଜ୍ୟ ସରକାର ଆବାସ ଘର ଦେବାରେ କେଉଁଠି ରହିଲା ଅସୁବିଧା । ଆଉ ସରକାର କାହିଁକି ଗରିବ ଲୋକଙ୍କୁ ଦେଲେ ଧୋକ୍କା..... ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି ।
ରାଜ୍ୟରେ ଆବାସ ଯୋଜନାରେ ମହାକେଳାଙ୍କାରୀ । ଗରିବଙ୍କୁ ରାଜ୍ୟର ବିଜେଡି ସରକାର ଠକିଥିବାର ସଙ୍ଗୀନ ଅଭିଯୋଗ । ଆବାସ ଯୋଜନାରେ 1000 କୋଟିରୁ ଅଧିକ ଦୁର୍ନୀତିର ଅଭିଯୋଗ ଆସିଛି । ଏପରିକି ଆବାସ କେଳାଙ୍କାରୀ ଉପରେ ମାହାଙ୍ଗାରେ ମୁହଁ ଖୋଲି ହତ୍ୟାର ଶିକାର ହୋଇଛନ୍ତି ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ । ଆବାସ କେଳାଙ୍କାରୀ ଘଟଣାରେ ବିବାଦର ଅଛନ୍ତି ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା । ଆଉ ଏପରି ସ୍ଥିତିରେ ରାଜ୍ୟ ସରକାର ମିଛ କୁମ୍ଭୀର କାନ୍ଦଣାର ପୋଲ୍ ଖୋଲିଦେଇଛି ଗ୍ରାଉଣ୍ଡ ରିପୋର୍ଟ।