ଭସାଣୀରେ ଡିଜେ ସାଉଣ୍ଡ ଦ୍ଵାରା ୧୫ରୁ ଉର୍ଦ୍ଧ୍ଵ ଶିଶୁ, ବୃଦ୍ଧବୃଦ୍ଧା ଏବଂ ହୃଦରୋଗୀ ଗୁରୁତର ହୋଇଛନ୍ତି । ପାଟକୁରା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ପୁରୁଷୋତ୍ତମପୂରର ୫୫ ବର୍ଷୀୟ ପ୍ରମୋଦ କୁମାର କର ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଘରର ସଦସ୍ୟ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରମୋଦଙ୍କୁ ହାର୍ଟ ଆଟାକ ହୋଇଥିବା କହି ତୁରନ୍ତ ମେଡିସିନ, ଇଞ୍ଜେକ୍ସନ ଦେବା ସହ ଅକ୍ସିଜେନ ଦେଇଥିଲେ ।
ପ୍ରମୋଦ ଟିକେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି । ସେହିଭଳି ବ୍ରହ୍ମପୁରର ପାର୍ଥସାରଥୀ ରାଉତଙ୍କ ନବଜାତ ପୁଅ ଗୁରୁତର ହୋଇପଡ଼ିଥିଲେ । ଏହାଛଡା ରମେଶ ସ୍ଵାଇଁ, ହେମ ସାହୁ, ଉଷା ରାଉତ, ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ ଡିଜେ ସାଉଣ୍ଡରେ ପ୍ରଭାବିତ ହୋଇ ପ୍ରାଥମିକ ଚିକିତ୍ସା ହୋଇ ଘରେ ଅଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରିବା ସହ କ୍ଷତି ହୋଇଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ସହ ଆଗାମୀ ଦିନରେ ଡିଜେ ପାଇଁ କୌଣସି ପ୍ରକାରର ଅନୁମତି ନଦେବାକୁ ଦାବି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...