ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ହନ୍ତସନ୍ତ ଜନଜୀବନ । ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର ୩ ସହର । ଆଜି ଦିନ ୧୧.୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୨ ଡିଗ୍ରୀ ତାତି ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୧.୬, ହୀରାକୁଦରେ ୪୧, କେନ୍ଦୁଝରରେ ୩୮.୨, ଭୁବନେଶ୍ବରରେ ୩୭.୨ ଡିଗ୍ରୀ ତାତି ରେକର୍ଡ । ସେହିପରି ଗୋପାଳପୁରରେ ୩୫.୬, ବାଲେଶ୍ବରରେ ୩୪.୮, ପୁରୀରେ ୩୪.୪, ଚାନ୍ଦବାଲିରେ ୩୩.୨ ଓ ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀରେ ଆଦ୍ରତା 79 ପ୍ରତିଶତ ଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।
ଅନ୍ୟପଟେ 9 ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର 9ଟି ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ 5 ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଗାମୀ 3ରୁ 4 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । କିଛି ସ୍ଥାନରେ ସ୍ବାଭାବିକ ଠାରୁ ତାପମାତ୍ରା 3ରୁ 5 ଡିଗ୍ରୀ ଅଧିକ ରହିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର