ପୌର ଅଧ୍ୟକ୍ଷାଙ୍କୁ ମଧ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ ମଞ୍ଚ ଉପରକୁ ନ ଡାକି ତଳେ ବସିବାକୁ କୁହାଯାଇଥିଲା। ଫଳରେ ଶ୍ରୀମତୀ ଜୈନ ଦୁଃଖ ପ୍ରକାଶ କରି କାନ୍ଦି କାନ୍ଦି ଘରକୁ ଫେରି ଯାଇଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ :ଉତ୍କଳ ଦିବସରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ଉତ୍କଳ ଦିବସରେ ଯୋଗ ଦେଇନପାରି କାନ୍ଦି କାନ୍ଦି ଫେରିଗଲେ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ। ଆଜି ଟିଟିଲାଗଡ ପୌର ପରିଷଦ କଲ୍ୟାଣ ପଣ୍ଡପରେ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ କରାଯାଉଥିଲା। ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।