ଭୁବନେଶ୍ୱର: ଆଜି ଅପରାହ୍ନରେ ଓଡ଼ିଶାର ଗର୍ବ ଓ ଗୌରବ, ଭାରତମାତାର ସୁପୁତ୍ର ପଦ୍ମଶ୍ରୀ ଡି. ପ୍ରକାଶ ରାଓ ମହୋଦୟଙ୍କ ମୃତ୍ୟୁର ଦୁଃଖଦ ଖବର ଆସିଛି। ଡି. ପ୍ରକାଶ ରାଓ ଜଣେ ସମାଜ ସେବୀ ହିସାବରେ ନିଜେ ଚା ବିକି ନିଜର ରୋଜଗାର କରୁଥିଲେ ମଧ୍ୟ ନିଜର ବିଶାଳ ହୃଦୟରେ ସମାଜ ସେବା ପ୍ରତି ଆଗ୍ରହ ଥିଲା। ବସ୍ତିର ପିଲା ମାନଙ୍କୁ ମାଗଣା ଶିକ୍ଷା ଦେବା , ଶତାଧିକ ବାର ରକ୍ତଦାନ କରିବା ତାଙ୍କର ଜନସେବା କରିବାର ଇଚ୍ଛାଶକ୍ତିକୁ ପ୍ରତିପାଦନ କରେ । ଏବିଭିପିର ସଂସ୍କାର କେନ୍ଦ୍ର , ଅଧିବେଶନ , ଅଭ୍ୟାସ ବର୍ଗ ଭଳି ବହୁ କାର୍ଯ୍ୟକ୍ରମରେ ଶ୍ରୀ ରାଓ ଯୋଗଦାନ ଦେଇ କାର୍ଯ୍ୟକାର୍ତ୍ତା ମାନଙ୍କୁ ପ୍ରେରଣା ଯୋଗେଇଦେଇଥିଲେ। ଆଜି ତାଙ୍କର ଦେହାନ୍ତ ଖବର ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତାଙ୍କୁ ଦୁଃଖିତ କରିଛି ।
ଶ୍ରୀ ରାଓଙ୍କ ମୃତ୍ୟୁ ଏ ଦେଶ ପାଇଁ ଅପୁରଣୀୟ କ୍ଷତି ବୋଲି ଏବିଭିପି ରାଜ୍ୟ ସଭାପତି ପ୍ରଫେସର ଭାଗିରଥି ପୃଷ୍ଟି କହିଛନ୍ତି । ଶ୍ରୀ ରାଓଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ଆଜିର ଯୁବକ ମାନେ ସମାଜସେବାରେ ନିଜର ଯୋଗଦାନ ଦେବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।