କଲେଜ କ୍ୟାମ୍ପସରେ ରାଜନୈତିକ ଦଳର ହସ୍ତକ୍ଷେପ, ଟୁକଡେ ଟୁକଡେ ଗ୍ୟାଙ୍ଗର ପ୍ରବେଶ, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତନ କରି ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିବା ଭଳି ୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ନିରକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ସବୁ ଦାବି ପୁରଣ ନହେଲେ ଆଗାମୀ ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଅର୍ଗସ ବ୍ୟୁରୋ : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ଯୁବକଙ୍କୁ ରୋଜଗାର ସହ ବିଭିନ୍ନ ଦାବି ନେଇ ଗର୍ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏ ନେଇ କଟକ ଜିଲ୍ଲା ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପୁରୀଘାଟ ନିକଟରୁ ଏକ ବିଶାଳ ରାଲି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଐତିହାସିକ କଟକ ସହରରେ ଥିବା ସର୍ବପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ଵବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ବିପର୍ଯ୍ୟ ପରିସ୍ଥିତି ଦେଇ ଗତି କରୁଛି ବୋଲି ଏବଭିପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
