ଏହି ଅଧିନିୟମକୁ ଶିକ୍ଷାବିତମାନେ ବି ବିରୋଧ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ ଏହା କ୍ଷୁର୍ଣ୍ଣ କରୁଛି। ଏହି ଅଧିନିୟମ ବିଶ୍ବବିଦ୍ୟାଳୟ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଓ ପ୍ରଶାସନିକ ପଦବୀ ଗୁଡିକର ନିଯୁକ୍ତିରେ ଚୟନ ପ୍ରକ୍ରିୟାକୁ ସଙ୍କୁଚିତ କରିଛି। କୁଳପତି, ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ପଦବୀ ଗୁଡିକର ଚୟନରେ ୟୁଜିସିର ନିୟମକାନୁନ ଉଲଂଘନ କରି ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ଅଧିକାର ଉପରେ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ବିଶ୍ବବିଦ୍ୟାଳୟ ବଦଳରେ ରାଜ୍ୟ ପବ୍ଲିକ ସର୍ଭିସ କମିସନ ଏହି ପଦବୀ ପୂରଣ ପାଇଁ ପରୀକ୍ଷା ଓ ସାକ୍ଷାତକାର କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଥିଲା। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ବିଶ୍ୱବିଦ୍ୟାଳୟଗୁଡିକରେ ସିନେଟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସହଭାଗୀତା ରହୁଥିବା ବେଳେ ସରକାର ସିନେଟକୁ ଉଠେଇ ଦେବାକୁ ବିଦ୍ୟାର୍ଥୀ ପରିଷଦ ବିରୋଧ କରିଥିଲା ।
ରାଜ୍ୟ ସରକାରଙ୍କ ଏହି ଆଇନକୁ ବୈଧ ଘୋଷଣା କଲାବେଳେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୭୯ର ୨୦୨୦ ସଂଶୋଧନକୁ କାଏମ ରଖିବା ସହ , ଯୁଜିସି ନୁହେଁ ରାଜ୍ୟ ସରକାରଙ୍କର ନିୟମ ରାଜ୍ୟର ବିଶ୍ବବିଦ୍ୟାଳୟ ଉପରେ ଲାଗୁ ହେଲାବେଳେ ୟୁଜିସିର ନିୟମକାନୁନ ଲାଗୁ ହେବାର ବାଧ୍ୟବାଧକତା ନାହିଁ ବୋଲି କହିଥିଲେ। ମାତ୍ର ସୁପ୍ରିମକୋର୍ଟ ତାଙ୍କ ରାୟରେ ରାଜ୍ୟ ବିଶ୍ବବିଦ୍ୟାଳୟ ମାନଙ୍କ ଉପରେ ୟୁଜିସି ଅଧିନିୟମ ୨୦୧୮ ଲାଗୁ ହେବ ବୋଲି ରାୟ ଦେଇଛନ୍ତି। ଏହାଦ୍ବାରା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଲାଗିଛି। ଯାହାକି ସ୍ୱାଗତ ଯୋଗ୍ୟ ବିଷୟ ।
ଓଡିଶା ହାଇକୋର୍ଟଙ୍କ ଏହି ଆଇନ ବୈଧତା ନେଇ ରାୟକୁ ୯୦ ଦିନ ପାଇଁ ସୁପ୍ରିମକୋର୍ଟ ସ୍ଥଗିତ କରିଛନ୍ତି । ୮ ସପ୍ତାହରେ ଉତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି। ବିଶ୍ବବିଦ୍ୟାଳୟର ଅଧିକାର ଏହି ଆଇନ୍ ନଷ୍ଟ କରୁଥିବାର ଶିକ୍ଷାବିତ୍ ମାନେ ଅଭିଯୋଗ କରି ଆସୁଥିଲେ । ବିଶ୍ୱବିଦ୍ୟାଳୟର ସ୍ୱାୟତତ୍ତାକୁ ଏହି ଆଇନ୍ ନଷ୍ଟ କରୁଥିବାର ଶିକ୍ଷାବିତ୍ ମାନେ ଅଭିଯୋଗ କରିଥିଲେ।
ସମ୍ପୂର୍ଣ୍ଣ ଶିକ୍ଷା ବିରୋଧୀ ଓ ଅସାମ୍ବିଧାନିକ ରାଜ୍ୟସରକାରଙ୍କ ଏହି ଅଧିନିୟମ ଲାଗୁ ହେବ ନାହିଁ ବୋଲି ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀ ସୌଭାଗ୍ୟ ମହାନ୍ତି କହିଛନ୍ତି । ଏହି ଆଇନ୍ ବିଶ୍ୱବିଦ୍ୟାଳୟର ସ୍ୱାୟତତ୍ତାକୁ ନଷ୍ଟ କରୁଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।