ସୂଚନା ଅନୁସାରେ, ଅଟୋରେ ପଙ୍ଗାରସିଂହ ଗ୍ରାମରୁ ଏକ ପରିବାର ଲୋକେ ବନ୍ଧୁ ଘର ବୈଦେଶ୍ୱର ଥାନା କଢାମଲ୍ଳ ଯାଉଥିବା ସମୟରେ ସିମୋର ପଞ୍ଚାୟତ ଅଫିସ୍ ନିକଟରେରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ କାର, ଅଟୋକୁ ଧକ୍କା ଦେଇଥିଲା ଫଳରେ ଅଟୋରେ ବସିଥିବା ସମସ୍ତ ବ୍ୟକ୍ତି ରାସ୍ତା କଡକୁ ଛିଟିକି ପଡିଥିଲେ ।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ କୁ ପଠାଇଥିବା ବେଳେ, କାର ଡ୍ରାଇଭର୍ ଯିଏ ଅତ୍ୟଧିକ ମଦ ପିଇଥିଲା ତାକୁ ଗ୍ରାମବାସୀ ମାନେ ଅଟକ ରଖି ବାଘମାରୀ ଥାନାରେ ଜିମା ଦେଇଛନ୍ତି। ବାଘମାରୀ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l