ପଦ୍ମପୁର ଛକରେ ରାଇଆ ମହାକୁଡ଼ ଏକ ଜଳଖିଆ ଦୋକାନରେ ମିସ୍ତ୍ରୀଭାବେ କାମ କରୁଥିଲେ। ଆଜି ଭୋର ସାଢ଼େ ୪ଟା ବେଳେ ସେ ବାହାରକୁ ବାହାରିଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ରାଇଆଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନନ୍ଦପୁର ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପୁଲିସ ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଏନେଇ ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତା ପଦ୍ମପୁର ଛକରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଦ୍ମପୁରର ରାଇଆ ମହାକୁଡ଼ । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ଥାନା ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।
Download Argus News App
