ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଇଦଲପୁରରୁ ବାହାଘର ସାରି ନିଜ ଗାଁ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା ସର୍ଗିଗୁଡାକୁ ବର କନିଆଁ ଫେରୁଥିଲେ। ତେବେ ବାଟରେ ଯାଉଥିବା ବେଳେ ଆମପାଣି ଥାନା ବିଜୁ ଏକ୍ସପ୍ରେସୱେ ରାସ୍ତା ଭୁର୍ଷାଗୁଡା ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲେରୋ।
ଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୬ ଜଣ ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଡ୍ରାଇଭର ହେଲେ ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।