ଯୋଜନାବଦ୍ଧ ଭାବରେ ଦୁର୍ଘଟଣା ଘଟାଇବାକୁ ପୁରା ମାଷ୍ଟରପ୍ଲାନ କରିଥିଲା ଚିତ୍ତ। ନିଜେ ମିନିଟ୍ରକ ଚଲାଇ ଦୁର୍ଘଟଣା ଘଟାଇଛି। ଫଳରେ ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଅଟକ ରଖାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ବଲାଙ୍ଗିର ଏସପି ନିତିନ କୁଶଲକର ଡାଗଡୁ।
ସୂଚନାନୁସାରେ, ବଲାଙ୍ଗିର ଆରଟିଓ ଛକରେ ହିଟ ରନ୍ ମାମଲା। ଆସିଲା ସିସିଟିଭି ଫୁଟେଜ୍। ଗାଡି ମଡାଇ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଛି। ଫଳରେ ଦୁର୍ଘଟଣା ପରେ ପରେ ପାରିପାର୍ଶ୍ୱିକ ସ୍ଥିତିରୁ ଯୋଜନାବଦ୍ଧ ଭାବରେ ହତ୍ୟା ପାଇଁ ଦୁର୍ଘଟଣାର ରୂପ ଦିଆଯାଇଥିଲା।