ଅଧିକ ପଢନ୍ତୁ : ବିଜେପିର ପ୍ରଶ୍ନ :2004ରେ ପ୍ରକଳ୍ପ ପାଇଁ କିପରି ଦେଇଥିଲେ ଏନଓସି ?
ସେହିଭଳି ବବି ଦାସଙ୍କ ନିଜ ଅଂଚଳ ଯାଜପୁରରେ ବି କ୍ରୀଡା ଭିତ୍ତିଭୂମୀ ନାଁରେ ବଡ଼ ଘୋଟାଲା ହୋଇଥିବାର ହୋଇଛି ସାଂଘାତିକ ଅଭିଯୋଗ ।ଅଗଷ୍ଟ 2021ରୁ ମେ 2024 ଅର୍ଥାତ 3 ବର୍ଷରେ କଳିଙ୍ଗ ଷ୍ଟାଡିୟମର ଘରୋଇ ସୁରକ୍ଷାକର୍ମୀଙ୍କ ପାଇଁ ଖର୍ଚ୍ଚ ହୋଇଛି 32 କୋଟିରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ଏଇ ସମୟରେ ଷ୍ଟାଡିୟମ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଥିଲା ରୋକ୍। ଆଉ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ନେଇଥିଲା ଦିଲ୍ଲୀର ଏକ ଘରୋଇ କଂପାନୀ। ସୁରକ୍ଷା ପାଇଁ କୋଟି କୋଟି ଟଙ୍କା, ଭିତ୍ତିଭୂମୀ ପାଇଁ ଶହ ଶହ କୋଟି, ହେଲେ ଖେଳାଳିଙ୍କ ପାଇଁ ନାହିଁ ଟଙ୍କା । ଯାହାକୁ ନେଇ ଉଠିଛି ପ୍ରଶ୍ନ। ବିବାଦ ଘେରକୁ ଆସିଛନ୍ତି ନବୀନ ସରକାରରେ ଥିବା କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ।
ଜାଣିଶୁଣି ଭିତ୍ତିଭୂମି ନାଁରେ ଶହ ଶହ କୋଟିର ବଜେଟ୍ କରି ବଡ଼ ଲୁଟର ହୋଇଛି ସାଂଘାତିକ ଅଭିଯୋଗ। ସେପଟେ ରାଜ୍ୟରେ କମି କମି ଯାଉଛି ଅନ୍ତର୍ଜାତୀୟ ଖେଳାଳିଙ୍କ ସଂଖ୍ୟା। ଆଥଲେଟିକସରେ ଶ୍ରାବଣୀ, ଦୂତୀ ଓ ଅମୀୟଙ୍କ ପରେ କିଏ,ସ କାହିଁକି ଭାରତୀୟ ହକି ଦଳରେ ମାତ୍ର ଜଣେ ଓଡ଼ିଆ। ସେପଟେ ନଜର ପକାନ୍ତୁ ଅର୍ଗସ ହାତରେ ଲାଗିଥିବା ଏଇ ଦସ୍ତାବିଜ ଉପରେ। 10 ବର୍ଷ ହେଲା ରାଜ୍ୟରେ ନିଯୁକ୍ତ ହୋଇନାହାନ୍ତି ସ୍ପୋର୍ଟସ କୋଚ୍। ଏବେ ବି ଖାଲି ପଡିଛି 40ରୁ ଅଧିକ କୋଚ୍ ପଦ। ବାହାର କଂପାନୀକୁ କ୍ରୀଡାକୁ ଟେକି ଦେଇ ମୁନାଫା କମାଉଥିଲେ ପୂର୍ବ ସରକାର। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତୀ ଚାନ୍ଦ। ସାମ୍ନାକୁ ଆସିଛି ଖେଳ ବିଭାଗରେ ବଡ଼ କେଳେଙ୍କାରୀର ଚିତ୍ର। ଏବେ କେଳେଙ୍କାରୀର ଫାଇଲ୍ କୋଲି କେବେ ମୋହନ ସରକାର ନେବେ ଆକସନ୍ ତା ଉପରେ ନଜର।